ବିନା ଲିଖିତ ପରୀକ୍ଷାରେ DMRCରେ ନିଯୁକ୍ତି ସୁଯୋଗ, ୬୦ ବର୍ଷର ବ୍ୟକ୍ତି କରିପାରିବେ ଆବେଦନ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ(DMRC) ଏହାର ମ୍ୟାନେଜର (କ୍ଷବଦ୍ଭୟ) ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର(କ୍ଷବଦ୍ଭୟ) ପଦବୀ ପୂରଣ ପାଇଁ ଆବେଦନ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରିଛି । ବିଶେଷ କରି ଅବସର ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଇଚ୍ଛୁକ ପ୍ରାର୍ଥୀ ଦିଲ୍ଲୀ ମେଟ୍ରୋ ୱେବସାଇଟ୍ delhimetrorail.comକୁ ଯାଇ ଅବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୧୩ ଡିସେମ୍ବର, ୨୦୨୪ ।

ନଭେମ୍ବର ୧୨ରୁ ଆରମ୍ଭ ହୋଇଥିବା DMRCର ମ୍ୟାନେଜେରିଆଲ ପଦବୀ ପୂରଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଉପରୋକ୍ତ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଜଣଙ୍କ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ BE/B.Tech(civil) କିମ୍ବା ସମକକ୍ଷ ଡିଗ୍ରୀ ହାସଲ କରିଥିବେ । ଏଥିରେ ସର୍ବନିମ୍ନ ୬୦ ପ୍ରତିଶତ ଅଙ୍କ/ CGPA ରଖିଥିବା ଆବଶ୍ୟକ ।

ଆୟୁସୀମା, ବେତନ ଏବଂ ଚୟନ ପ୍ରକ୍ରିୟା

ଆବେଦନକାରୀଙ୍କ ଆୟୁସୀମା ନଭେମ୍ବର ୧, ୨୦୨୪ ପର୍ଯ୍ୟନ୍ତ ୫୫ରୁ ୬୨ ବର୍ଷ ହୋଇଥିବ । ମ୍ୟାନେଜର ପଦବୀ (land) ପାଇଁ ମାସିକ ୮୭, ୮୦୦ ଟଙ୍କା ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର (land) ପାଇଁ ୬୮, ୩୦୦ ଟଙ୍କା ମାସିକ ବେତନ ସୁବିଧା ରହିଛି । ଚୟନ ପ୍ରକ୍ରିୟାରେ ପ୍ରଥମେ ଏକ ପର୍ସନାଲିଟି ସାକ୍ଷାତକାର ରହିଛି । ଏହା ଅନଲାଇନ୍ କିମ୍ବା ଅଫଲାଇନ୍ ଆୟୋଜିତ ହେବ । ଦ୍ୱିତୀୟ ମେଡିକାଲ ଫିଟନେସ ପରୀକ୍ଷା ରହିଛି । ଚଳିତ ବର୍ଷ ଡିସେମ୍ବର ୩ୟ ସପ୍ତାହରେ ସାକ୍ଷାତକାର ପାଇଁ ସମୟ ନିର୍ଦ୍ଧାରିତ କରାଯାଇଛି ।

କିପରି କରିବେ ଆବେଦନ ?

୧. ପ୍ରଥମେ DMRCର ଅଫିସିଆଲ ୱେବସାଇଟ delhimetrorail.comକୁ ଯାଆନ୍ତୁ ।

୨. ଆବେଦନ ଫର୍ମ ଡାଉନଲୋଡ କରି ପ୍ରିଣ୍ଟ କରନ୍ତୁ ।

୩. ସଠିକ ତଥ୍ୟ ଦେଇ ଫର୍ମ ପୂରଣ କରି ଆବଶ୍ୟକୀୟ ଡକ୍ୟୁମେଣ୍ଟ ସଂଲଗ୍ନ କରନ୍ତୁ ।

୪. ଆବେଦନ ଫର୍ମକୁ ନିମ୍ନଲିଖିତ ଠିକଣାରେ ପୋଷ୍ଟ କରନ୍ତୁ

ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ
ମେଟ୍ରୋ ଭବନ, ଫାୟା ବ୍ରିଗେଡ୍ ଲେନ୍‌,
ବାରାଖମ୍ବା ରୋଡ୍‌, ନୂଆଦିଲ୍ଲୀ ।