fbpx

ସକାଳୁ ଉଠିବା ପରେ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାମ, ନଚେତ୍ ସ୍ୱାସ୍ଥ୍ୟ ଉପରେ ପଡ଼ିବ ଖରାପ ପ୍ରଭାବ

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତିଦିନ ସକାଳେ ନିଦରୁ ଉଠିବା ମାତ୍ରେ ଆମେ ଏପରି ଅନେକ ଭୁଲ କାମ କରିଥାଉ ଯାହା ଆମ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏହି ସମସ୍ତ ଖରାପ ଅଭ୍ୟାସ ଆମକୁ ସ୍ଲୋ, ନେଗେଟିଭ୍ ଏବଂ ଚିଡିଚିଡ଼ା କରିଥାଏ । ଯେଉଁଥିପାଇଁ ଘର ଏବଂ ଅଫିସରେ ଲୋକଙ୍କ ସହିତ ଆମ ସମ୍ପର୍କ ଖରାପ ହେବାକୁ ଲାଗେ । ଆସନ୍ତୁ ଆଜି ଆପଣଙ୍କୁ ଏହିପରି ୫ ଟି ସକାଳର ଅଭ୍ୟାସ ବିଷୟରେ କହିବୁ ଯାହାର ପ୍ରଭାବ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।

ପ୍ରଥମ ଅଭ୍ୟାସ ହେଉଛି ଶେଯରେ ଶୋଇ ରହି ପ୍ରଥମେ ଫୋନ୍ କୁ ଦେଖିବା । ବର୍ତ୍ତମାନ ଅଧିକାଂଶ ଲୋକ ସକାଳୁ ଉଠିବା ମାତ୍ରେ ମୁହଁ ନ ଧୋଇ ଆଗ ଫୋନ୍ କୁ ଦେଖିଥାନ୍ତି । ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଫୋନ୍ କୁ ବ୍ୟବହାର କରିଥାନ୍ତି । ଆପଣ ମାନେ ଫୋନ୍ କୁ ଦେଖିବା ପରିବର୍ତ୍ତେ ଗୋଟିଏ ଗ୍ଲାସ୍ ଗରମ ପାଣି ପିଇପାରିବେ । ହାତ ଧୁଅନ୍ତୁ । ଅଳ୍ପ ସମୟ ଚାଲନ୍ତୁ । ସକାଳର ତାଜା ପବନକୁ ଅନୁଭବ କରନ୍ତୁ ।

ଦ୍ୱିତୀୟରେ ହେଉଛି, ବ୍ରେକ୍ ଫାଷ୍ଟ୍ ନ ଖାଇବା । ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଅନେକ ଲୋକ ତରବରରେ ବ୍ରେକ୍ ଫାଷ୍ଟ୍ ଖାଇନଥାନ୍ତି । କିଛି ନଖାଇ କଫି ଚା’ ଆଜି ପିଇ ଦିନ ଆରମ୍ଭ କରନ୍ତି । ଦିନର ଆରମ୍ଭ ଏକ ହେଲଦି ବ୍ରେକ୍ ଫାଷ୍ଟ୍ ରୁ ହେବା ଆବଶ୍ୟକ । ଆପଣ ନିଜର ମର୍ଣ୍ଣିଂ ଡାଇଟ୍ ରେ ଅଣ୍ଡା, ଟୋଷ୍ଟ୍, ଓଟ୍ସ କିମ୍ବା ତାଜା ଫଳ ସେବନ କରିପାରିବେ ।

ତୃତୀୟରେ ଟାଇମ୍ ଟେବଲ୍ ଅନୁସାରେ, ସବୁ କାମ କରିବା । ଆପଣ ନିଜ ଦିନ କିପରି ବିତାଇବେ ତାର ଏକ ପ୍ଲାନିଂ କରନ୍ତୁ ଏବଂ ସେହି ଅନୁସାରେ ସବୁ କାମ କରନ୍ତୁ । ଏହା ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଆପଣଙ୍କୁ ସୁସ୍ଥ ରଖିଥାଏ । ନିଜର ପ୍ଲାନ୍ କୁ କେବେ ବି ମଝିରେ ଛାଡ଼ନ୍ତୁ ନାହିଁ । ଯଦି ଆପଣଙ୍କ ପାଖରେ କିଛି ଖାଲି ସମୟ ଅଛି ତାହେଲେ ସେତେବେଳେ ଗଛ ଲଗାନ୍ତୁ କିମ୍ବା ପଢ଼ନ୍ତୁ । ସମୟକୁ ଆଦୌ ବେକାରରେ ଯିବାକୁ ଦିଅନ୍ତୁ ନାହିଁ ।

ପ୍ରତିଦିନ ସକାଳେ ଗାଧୋଇବା ପରେ କାମ କୁ ଯିବା ଆବଶ୍ୟକ । ଏହା ଦ୍ୱାରା ଆମକୁ ତାଜା ଅନୁଭବ ହୋଇଥାଏ ଓ କାମ କରିବାରେ ଜୋସ୍ ଆସିଥାଏ । ଗାଧୋଇବା ଦ୍ୱାରା ଶରୀରକୁ ସକାରାତ୍ମକ ଶକ୍ତି ମିଳିଥାଏ । ଆଉ ଶେଷ ଟି ହେଉଛି କେବେବି ନେଗେଟିଭ୍ କଥା ଭାବନ୍ତୁ ନାହିଁ । ସବୁବେଳେ ନିଜ ମନକୁ ସକାରାତ୍ମକ ରଖିବା ଖୁବ୍ ଜରୁରୀ । ଏହା ଦ୍ୱାରା ମନୋବଳ ଦୃଢ଼ ହେବାରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.