fbpx

ଇମ୍ୟୁନିଟି ବଢ଼ାଇବା ଚକରରେ କରୁଛନ୍ତି କି ଏହି କାମ, ହୋଇପାରେ ଲିଭର୍ ଫେଲ୍; ପଢ଼ନ୍ତୁ ପୂରା ଖବର

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଲୋକମାନେ ଶରୀରରେ ଇମ୍ୟୁନିଟି ବଢ଼ାଇବା ପାଇଁ ତତ୍ପର ହେଉଥିବା ଦେଖିବାକୁ ମିଳିଛି । ଏଲୋପାଥିକ୍ ରେ ପରାମର୍ଶ କରାଯାଉଥିବା ସପ୍ଲିମେଣ୍ଟସ୍ ଖାଉଛନ୍ତି ଓ ଆୟୁବେର୍ଦିକରେ କୁହାଯାଉଥିବା ଇମ୍ୟୁନିଟି ବୁଷ୍ଟର୍ସ ମଧ୍ୟ ନେଉଛନ୍ତି । ହେଲେ ନ ଜାଣି ନଶୁଣି ଇମ୍ୟୁନିଟି ବଢ଼ାଇବା ପାଇଁ ଚେଷ୍ଟା କରିବା ଆପଣମାନଙ୍କୁ ସମସ୍ୟାରେ ପକାଇପାରେ । ତେଣୁ ଏ ଦିଗରେ ସାବଧାନ ରହିବା ଜରୁରୀ ।

ତେବେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଗିଲୋୟକୁ ସେବନ କରିବା ପାଇଁ ଆୟୁବେର୍ଦିକରେ ପରାମର୍ଶ ଦିଆଯାଇଥାଏ । କାରଣ ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । ଇମ୍ୟୁନିଟି ବଢାଇବା ପାଈଁ ଲୋକମାନେ ଏହାକୁ ଅଧିକ ମାତ୍ରାରେ ଖାଉଛନ୍ତି । ଗିଲୋୟ ଏକ ପ୍ରକାର ଜଡ଼ିବୁଟି । ଯାହାକୁ ଅମ୍ରୁତା ବା ଗୁଲୁଚି ବୋଲି ମଧ୍ୟ କୁହାଯାଇଥାଏ । କରୋନା ଆରମ୍ଭ ହେବାପର ଠାରୁ ଅନେକ ଲୋକ ସେବନ କରୁଛନ୍ତି । ହେଲେ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଶରୀର ଉପରେ ଏହାର ଓଲଟା ପ୍ରଭାବ ପଡ଼ିଥାଏ ।

କରୋନା ସମୟରେ ଟିନୋସ୍ପୋରା କୋର୍ଡିଫୋଲିଆ ବା ସାଧାରଣ ଭାଷାରେ କହିଲେ ଗିଲୋୟର ପତ୍ର ଠାରୁ ଆରମ୍ଭ କରି ଚେର ପର୍ଯ୍ୟନ୍ତ ସବୁକିଛି ଏହାର ଲାଭଦାୟକ । ହେଲେ ଏହାର ଅଧିକ ସେବନ ସମସ୍ୟାରେ ପକାଇଥାଏ । ନିକଟରେ ଜର୍ଜ ମେଡିକାଲ ୟୁନିଭର୍ସିଟି ସମେତ ୧୩ ଟି ମେଡିକାଲ ସେଣ୍ଟର୍ସରେ ହୋଇଥିବା ଏକ ଅଧ୍ୟୟନରେ ଆଶ୍ଚର୍ଯ୍ୟ କରିବା ପରି କଥା ସାମନାକୁ ଆସିଛି । ଏହାକୁ ଅଧିକ ସମୟ ଧରି ଖାଇବା ଦ୍ୱାରା କ୍ରମିକ୍ ଲିଭର୍ ଡିଜିଜ୍ ବା ଲିଭର୍ ଫେଲ୍ୟୋର୍ ସମସ୍ୟା ଦେଖାଯାଉଛି ।

ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ୬୭.୪ ପ୍ରତିଶତ ରୋଗୀଙ୍କ ଲିଭର୍ ସମସ୍ୟାର ମୁଖ୍ୟ କାରଣ ଗିଲୋୟ ଥିଲା । ହେଲେ ଏମାନଙ୍କ ଠାରେ ଡାଇବେଟିସ୍, ଥାଇରଏଡ୍, ରକ୍ତଚାପ ଭଳି କୌଣସି ସମସ୍ୟା ନଥିଲା । ଆଉ ନା ଏମାନେ ଅଧିକ ମଦ୍ୟପାନ କରୁଥିଲେ । ତେଣୁ ଗିଲୋୟ ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

 

Get real time updates directly on you device, subscribe now.