fbpx

କରୋନାରୁ ସୁସ୍ଥ ହେବାପରେ ଭୂଲରେ ବି ଖାଆନ୍ତୁ ନାହିଁ ଏହିସବୁ ଜିନିଷ, ନଚେତ ଲାଗିରହିବ ଅସୁସ୍ଥତା

ନୂଆଦିଲ୍ଲୀ: କରୋନା ଭାଇରାସ୍ ରୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସୁସ୍ଥ ହେଉଛନ୍ତି । ଯେଉଁ ମାନେ କରୋନାରୁ ସୁସ୍ଥ ହୋଇ ଫେରୁଛନ୍ତି ସେମାନେ ଭଲ ଭାବରେ ଜାଣିଛନ୍ତି ଓ ବୁଝିଛନ୍ତି ଯେ, ରିକଭରି ପରେ ଶରୀରରେ କଣ କଣ ଅନୁଭବ ହୁଏ । ଯେପରିକି ପାଟିର ସ୍ୱାଦ କିଛି ଦିନ ପର୍ଯ୍ୟନ୍ତ ନ ଆସିବା, ଥକ୍କାପଣ ରହିଥାଏ, ଭୋକ ଲାଗିନଥାଏ ଇତ୍ୟାଦି । ରିସର୍ଚ୍ଚ ମୁତାବକ, କିଛି ଲୋକଙ୍କ ରିକଭରିର ୧୦ ଦିନ ପରେ ବି ଏହି ଲକ୍ଷଣ ସବୁ ଲାଗି ରହିଥାଏ । କିଛି ଜଣଙ୍କର ୬୦ରୁ ୩୦ ଦିନ ପର୍ଯ୍ୟନ୍ତ ଲକ୍ଷଣ ଥାଏ । ରିପୋର୍ଟ ନେଗେଟିଭ୍ ଆସିବା ପରେ ଯେଉଁ ସବୁ ଲକ୍ଷଣ ନଜର ଆସେ ତାକୁ ଲଙ୍ଗ୍ କୋଭିଡ୍ ଲକ୍ଷଣର ଶ୍ରେଣୀରେ ରଖାଯାଏ ।

ତେବେ ସଂକ୍ରମଣ ଚାଲିଗଲେ ବି ଶରୀର ପୁଣିଥରେ ପୂର୍ବ ସ୍ଥିତିକୁ ଫେରିବାକୁ ସମୟ ଲାଗିଥାଏ । ତେଣୁ ପୂର୍ବ ସ୍ଥିତିକୁ ଫେରିବାକୁ ଉପଯୁକ୍ତ ଡାଏଟ୍ ର ଆବଶ୍ୟକତା ରହିଥାଏ । ତେଣୁ କୋଭିଡ୍ ରେ କିଛି ଏପରି ଖାଦ୍ୟ ପଦାର୍ଥ ରହିଛି ଯାହାଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ । ନଚେତ୍ ଶରୀରରେ ଇମ୍ୟୁନିଟି କମିବା ସହିତ ଥକ୍କାପଣ ଲାଗି ରହିବ । ତେଣୁ ଚାଲନ୍ତୁ ଜାଣିବା ରିକଭରି ପରେ କେଉଁ ଭଳି ଖାଦ୍ୟ ଖାଇବା ଦରକାର ।

ଯଦି ଆପଣ ବି କୋଭିଡ୍ ରୁ ସୁସ୍ଥ ହୋଇ ଫେରିଛନ୍ତି ତାହେଲେ ବାହାରର ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ, କୁକିଜ୍-କେକ୍ ଓ ଚକଲେଟ୍ ଖାଆନ୍ତୁ ନାହିଁ, ପ୍ୟାକେଟ୍ ଫୁଡ୍, ଟ୍ରାନ୍ସଫ୍ୟାଟ୍ ଯୁକ୍ତ ଖାଦ୍ୟ ଠାରୁ ଯେତେ ପାରୁଛନ୍ତି ଦୂରେଇ ରୁହନ୍ତୁ । ଏହାସହିତ ହାଲୁକା ଖାଦ୍ୟ ଖାଆନ୍ତୁ ।

Get real time updates directly on you device, subscribe now.