fbpx

ନୂଆ ବିପଦ ହୋଇ ଆସୁଛି ‘Stealth Omicron’, RT-PCRରେ ବି ଜଣାପଡ଼ୁନି ସଂକ୍ରମିତ ହୋଇଛନ୍ତି କି ନାହିଁ

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱବ୍ୟାପୀ ଲୋକଙ୍କ ପାଇଁ ବିପଦ ପାଲଟିଯାଇଛି । ବିଶ୍ୱରୀ ପ୍ରାୟତଃ ସବୁ ଦେଶରେ ଏହା ପହଞ୍ଚି ସାରିଛି । ତେବେ ସବୁଠାରୁ ବଡ଼ ସମସ୍ୟା ହେଉଛି ଏହି ମହାମାରୀର ଏକାଧିକ ଷ୍ଟ୍ରେନ୍ । ଏବେସୁଦ୍ଧା ଏହି ଭାଇରସ୍ ର ୫ରୁ ୬ ଟିଷ୍ଟ୍ରେନ୍ ସାମନାକୁ ଆସିସାରିଛି । ସେଥିମଧ୍ୟରୁ ଓମିକ୍ରନ ଭାରିଆଣ୍ଟ ସବୁଠାରୁ ଅଧିକ ସଂକ୍ରାମକ । ଆଉ ଏବେ ଏହି ଓମିକ୍ରନ ଭାରିଆଣ୍ଟ୍ ର ଉପ-ସ୍ୱରୂପ ଚିହ୍ନଟ ହୋଇଛି । ଯାହାର ନାମ ହେଲା “Stealth Omicron” ।

ଏହି ଉପ-ସ୍ୱରୂପ ବିଏ.୨ ଷ୍ଟ୍ରେନ୍ ଅଧିକ ବିପଦ ଆଣିପାରେ ବୋଲି ବିଶେଷଜ୍ଞ ମାନେ ଚେତାଇଛନ୍ତି । କାରଣ ଏହା ଗୁପ୍ତ ଭାବରେ ଶରୀରରେ ବ୍ୟାପୁଛି । ଜଣେ ବ୍ୟକ୍ତି ଏହି ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହୋଇଛି କି ନାହିଁ ତାହା ଆରଟିପିସିଆର୍ ଟେଷ୍ଟ କରିବା ଦ୍ୱାରା ଜଣାପଡ଼ୁନାହିଁ । ଏହି କାରଣରୁ ୟୁରୋପରେ ଏହି ନୂତନ ଷ୍ଟ୍ରେନର ଲହର ଆରମ୍ଭ ହୋଇଯାଇଛି । ବ୍ରିଟେନ କହିଛି ଯେ, ୪୦ରୁ ଅଧିକ ଦେଶରେ ଓମିକ୍ରନ ଭାରିଆଣ୍ଟର ଏହି ନୂତନ ସ୍ୱରୂପ ଷ୍ଟିଲଥ୍ ଓମିକ୍ରନ ବ୍ୟାପିସାରିଛି । ୟୁରୋପରେ ଏହା ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଆରଟିପିସିଆର୍ ରେ ଏହା ଜଣାପଡ଼ୁ ନଥିବାରୁ ଚିନ୍ତା ଦ୍ୱିଗୁଣିତ ହୋଇଛି ।

ବ୍ରିଟେନ୍ ବ୍ୟତୀତ ଡେନମାର୍କରେ ବି ଏହି ଉପ-ସ୍ୱରୂପ ବା ନୂତନ ଷ୍ଟ୍ରେନ୍ ମାମଲା ସାମନାକୁ ଆସିଛି । ବ୍ରିଟେନର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ, ବିଏ.୨ ଷ୍ଟ୍ରେନ୍ କୁ ଖୁବ୍ ଶୀଘ୍ର ଭାରିଆଣ୍ଟ୍ ଅଫ୍ କନ୍ସର୍ନ ଭାବରେ ଘୋଷଣା କରାଯାଇପାରେ । ତେବେ ବ୍ରିଟେନ୍ ଓ ଡେନମାର୍କ ବ୍ୟତୀତ ବିଏ.୨ ଷ୍ଟ୍ରେନ୍ ସ୍ୱିଡେନ୍, ନରୱେ ଓ ଭାରତରେ ବି ମିଳିଛି ।

Get real time updates directly on you device, subscribe now.