fbpx

ରାତିରେ ଟ୍ରେନରେ ଯାତ୍ରା କରିବାକୁ ନେଇ ରେଳବାଇ ଜାରି କଲା ନୂଆ ଗାଇଡଲାଇନ୍, ନ ମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ରେଳରେ ରାତି ସମୟରେ ଯାତ୍ରା କରୁଥିବା ସମୟରେ ଅନେକ ଲୋକଙ୍କୁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଯେପରିକି କିଛି ଲୋକ ରାତିରେ ଯାତ୍ରା କରିବା ବେଳେ ବଡ଼ ପାଟିରେ ଫୋନ୍ ରେ କଥାବାର୍ତ୍ତା କରିଥାନ୍ତି, ଲାଇଟ୍ ଅଫ୍ କରନ୍ତି ନାହିଁ, ଫୋନ୍ ରେ ଅଧିକ ଶବ୍ଦରେ ଗୀତ ବଜାନ୍ତି ଇତ୍ୟାଦି । ଏହି ସମସ୍ୟା ଯୋଗୁଁ ଯାତ୍ରୀ ମାନେ ରାତିରେ ଯାତ୍ରା କରିବା ସମୟରେ ଅତିଷ୍ଟ ହୋଇପଡ଼ନ୍ତି । ହେଲେ ଏବେ ଆଉ ଯାତ୍ରୀଙ୍କୁ ଏହିସବୁ ଅସୁବିଧା ଦେଇ ଗତି କରିବାକୁ ପଡ଼ିବ ନାହିଁ । କାରଣ ରେଳବାଇ ପକ୍ଷରୁ ରାତିରେ ଲୋକମାନେ ଯେପରି ଦୂର ସ୍ଥାନକୁ ଆରାମଦାୟକ ଏବଂ ସୁଖଃଦ ଯାତ୍ରା କରିପାରିବେ ତାକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ୍ ଜାରି କରାଯାଇଛି ।

ଏହି ପରିପ୍ରେକ୍ଷୀରେ ରେଳ ବୋର୍ଡ ପକ୍ଷରୁ ସମସ୍ତ ଜୋନାଲ୍ ରେଳବାଇକୁ ଜରୁରୀ ଗାଇଡଲାଇନ୍ ଜାରି କରାଯାଇଛି । ଖବର ମୁତାବକ, ରେଳବାଇ ପାଖକୁ ଏହିଭଳି ଅନେକ ଅଭିଯୋଗ ଆସୁଥିଲା । କିନ୍ତୁ ଏବେସୁଦ୍ଧା କୌଣସି ନିୟମ ଲାଗୁ ହୋଇନଥିଲା । ହେଲେ ଏବେଠାରୁ ରେଳବୋର୍ଡ ପକ୍ଷରୁ ଯାତ୍ରୀଙ୍କ ସୁବିଧା ଉପରେ ଦୃଷ୍ଟି ଦିଆଯାଇଛି । ନୁତନ ଗାଇଡଲାଇନ୍ ଜାରି କରାଯାଇ ତାକୁ କଡ଼ା କଡ଼ି ଭାବରେ ପାଳନ କରିବାକୁ କୁହାଯାଇଛି । ନଚେତ୍ ନିୟମ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ରେଳବାଇ ।

ରାତି ୧୦ଟାରେ ଏହି ନିୟମ ସବୁକୁ ପାଳନ କରିବାକୁ କୁହାଯାଇଛି:

୧. କୌଣସି ଯାତ୍ରୀ ଦ୍ରୁତ ଶବ୍ଦରେ ଗୀତ ବଜାଇବେ ନାହିଁ । ଯାହାଫଳରେ ପାଖରେ ବସିଥିବା ଯାତ୍ରୀ ଅସନ୍ତୁଷ୍ଟ ହେବେ ।

୨. ନାଇଟ୍ ଲାପ୍ କୁ ଛାଡ଼ି ବାକି ସବୁ ଲାଇଟ୍ ବନ୍ଦ କରିବାକୁ ହେବ ।

୩. ଗ୍ରୁପ୍ ହୋଇ ଯାଉଥିବା ଯାତ୍ରୀ ମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ କଥା ହୋଇପାରିବେ ନାହିଁ । ସହଯାତ୍ରୀ ଯଦି ଅଭିଯୋଗ କରନ୍ତି ତାହେଲେ କଡ଼ା ପଦକ୍ଷେପ ନିଆଯିବ ।

୪. ଟିଟିଇ, ଆରପିଏଫ୍ କର୍ମଚାରୀ, ଇଲେକ୍ଟ୍ରିକାଲ୍, କ୍ୟାଟରିଂ ଷ୍ଟାଫ୍ ଏବଂ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ପରି କର୍ମଚାରୀମାନେ ରାତିରେ ଶାନ୍ତିପୂର୍ଣ୍ଣ ଭାବରେ କାର୍ୟ୍ୟ କରିବେ ଯାହା ଦ୍ୱାରା ଲୋକମାନେ ବିଚଳିତ ନ ହୁଅନ୍ତି।

୫. ରେଳ କର୍ମଚାରୀମାନେ ୬୦ ବର୍ଷରୁ ଅଧିକ ବୟସ୍କ, ଭିନ୍ନକ୍ଷମ ଏବଂ ଅବିବାହିତା ମହିଳାଙ୍କୁ ଆବଶ୍ୟକ ପଡ଼ିଲେ ତୁରନ୍ତ ସହାୟତା ପ୍ରଦାନ କରିବେ ।

Get real time updates directly on you device, subscribe now.