fbpx

ଗୁଗୁଲ ବ୍ୟବହାର କରିବା ବେଳେ ଭୁଲରେ ବି କରନ୍ତୁନି ଏହି କାମ, ନଚେତ୍ ହୋଇଯିବ ଜେଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ସମଗ୍ର ବିଶ୍ୱର ପ୍ରାୟତଃ ସମସ୍ତ ଲୋକ ଗୁଗୁଲ ସର୍ଚ୍ଚ ଇଞ୍ଜିନକୁ ବ୍ୟବହାର କରନ୍ତି । ଏହି ସର୍ଚ୍ଚ ଇଞ୍ଜିନ୍ ଆମର ଅନେକ କାର୍ୟ୍ୟକୁ ସହଜ କରିଥାଏ । ଏହାର ଉତ୍କୃଷ୍ଟ ଆଲଗୋରିଦମ ହେତୁ, ଏହା ଆମକୁ ସବୁଠାରୁ ସଠିକ୍ ତଥ୍ୟ ଦେଇଥାଏ । ଆଉ ପୂର୍ବାପେକ୍ଷା ଗୁଗୁଲ୍ ଆଜିକା ସମୟରେ ଅନେକ ଉନ୍ନତ ହୋଇଯାଇଛି । ତେବେ ଗୁଗୁଲ ଉପଭୋକ୍ତାଙ୍କୁ ଟ୍ରାକ୍ କରି ସେମାନଙ୍କ ଆବଶ୍ୟକ ମୁତାବକ ଫଳାଫଳ ଦେଖାଇପାରୁଛି । ଗତ କିଛିବର୍ଷ ମଧ୍ୟରେ ଗୁଗୁଲ ପ୍ଲାଟଫର୍ମର ସୁରକ୍ଷା ସମ୍ବନ୍ଧରେ ଅନେକ ସର୍ତ୍ତ ପ୍ରୟୋଗ କରିଛି ।

ଏପରି ପରିସ୍ଥିତିରେ, ଯଦି ଆପଣ ଯଦି ଗୁଗୁଲ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ କିଛି ବିଶେଷ ନିୟମ ଉପରେ ଧ୍ୟାନ ରଖିବାକୁ ହେବ । ନଚେତ୍ ଗୋଟିଏ ଛୋଟିଆ ଭୁଲ୍ ଆପଣଙ୍କୁ ଜେଲ୍ ପର୍ଯ୍ୟନ୍ତ ରାସ୍ତା ଦେଖାଇପାରେ । ଏହି କାରଣରୁ ଆପଣଙ୍କର ଅନେକ କ୍ଷୟକ୍ଷତି ମଧ୍ୟ ହେବାର ସମ୍ଭାବନା ରହିଛି । ତେବେ ଚାଲନ୍ତୁ ଜାଣିବା ଗୁଗୁଲ ବ୍ୟବହାର କରିବା ସମୟରେ କେଉଁ ଜିନିଷ ଉପରେ ଧ୍ୟାନ ଦେବା ଜରୁରୀ ।

ଫିଲ୍ମର ପାଇରେସି କରିବା:

ଫିଲ୍ମର ରିଳିଜ୍ ଡେଟ୍ ପୂର୍ବରୁ ସେହି ଫିଲ୍ମକୁ ଅନଲାଇନ୍ ଲିକ୍ କରାଇବା ଏକ ଅପରାଧ ଶ୍ରେଣୀରେ ଆସିଥାଏ । ଏହା ବ୍ୟତୀତ ଆପଣ ଯଦି ଲିକ୍ କିମ୍ବା ପାଇରେସୀ ସହ ଜଡ଼ିତ ଫିଲ୍ମକୁ ଡାଉନଲୋଡ୍ କରୁଛନ୍ତି ତାହା ବିଏକ ଅପରାଧ ବୋଲି ଧରାଯାଇଥାଏ । ଭାରତ ସରକାର ସିନେମାଟୋଗ୍ରାଫୀ ଆକ୍ଟ ୧୯୫୨ କୁ ମଞ୍ଜୁର ପ୍ରଦାନ କରିସାରିଛି । ଏହି ଆକ୍ଟ ଆଧାରରେ ଫିଲ୍ମର ପାଇରେସି କରିବା ଅପରାଧ । ଏହି ଅପରାଧ ପାଇଁ ଆପଣଙ୍କ ତିନି ବର୍ଷ ଜେଲ୍ ଓ ୧୦ ଲକ୍ଷ ଟଭ୍କା ଜୋରିମାନା ମଧ୍ୟ ହୋଇପାରେ ।

ପ୍ରାଇଭେଟ୍ ଫଟୋ ଓ ଭିଡିଓ ସେୟାର୍ କରିବା:

ଯଦି ଆପଣ କୌଣସି ବ୍ୟକ୍ତିଙ୍କର ପ୍ରାଇଭେଟ୍ ଭିଡିଓ କିମ୍ବା ଫଟୋ ଅନଲାଇନ୍ ରେ ଲିକ୍ କରୁଛନ୍ତି , ତେବେ ତାହା ଏକ ଗମ୍ଭୀର ଅପରାଧ ଅଧୀନରେ ଆସିଥାଏ । ସାଇବର୍ କ୍ରାଇମ୍ ର ଧାରା ଅନ୍ତର୍ଗତ ଏହାକୁ ଏପରି କରିବା ଦ୍ୱାରା ଆପଣଙ୍କୁ ଜେଲ୍ ହୋଇପାରେ ।

ବମ୍ ତିଆରି କରିବା ସହ ଜଡ଼ିତ ପ୍ରକ୍ରିୟା:

ଯଦି ଆପଣ ଗୁଗୁଲ୍ ରେ ବମ୍ ତିଆରି କରିବା କିମ୍ବା ସେ ସମ୍ପର୍କିତ କୌଣସି ଜିନିଷ ସର୍ଚ୍ଚ କରୁଛନ୍ତି । ତାହେଲେ ଆପଣଙ୍କ ପାଇଁ ଏହା ସମସ୍ୟା ଡାକିଆଣିପାରେ । ଏହି ଭଳି ଜିନିଷ ସର୍ଚ୍ଚ କରିବା ଅପରାଧ ଶ୍ରେଣୀରେ ଆସିଥାଏ ।

 

Get real time updates directly on you device, subscribe now.