fbpx
BSKY SKY
BSKY SKY

ଫ୍ରିଜରେ ରଖନ୍ତୁ ନାହିଁ ଏସବୁ ପନିପରିବା, ସ୍ୱାଦରେ ହୋଇଯିବ ପରିବର୍ତ୍ତନ

BSKY

ପନିପରିବା ଓ ଫଳକୁ ସତେଜ ରଖିବା ପାଇଁ ଅନେକ ଲୋକ ଫ୍ରିଜ୍ ବ୍ୟବହାର କରନ୍ତି । ଫ୍ରିଜରେ ରଖିବା ଦ୍ୱାରା ଫଳ ଏବଂ ପନିପରିବା ଦୀର୍ଘ ସମୟ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ । ଏହା ସତ ଯେ ଫ୍ରିଜ୍ ଆପଣଙ୍କ ଫଳ ଏବଂ ପନିପରିବାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ରଖେ, କିନ୍ତୁ ସମସ୍ତ ଫଳ ଏବଂ ପନିପରିବା ଫ୍ରିଜରେ ରଖିବା ଉଚିତ ନୁହେଁ । ଫ୍ରିଜରେ କିଛି ଜିନିଷ ରଖିବା ଦ୍ୱାରା ସେମାନଙ୍କର ସ୍ୱାଦ ବଦଳିଯାଏ । ଆସନ୍ତୁ ଜାଣିବା କେଉଁ ଫଳ ଏବଂ ପନିପରିବା ଆପଣ ଫ୍ରିଜରେ ରଖିବା ଉଚିତ ନୁହେଁ ।

ଟମାଟୋ-
ଅନେକ ଲୋକ ଫ୍ରିଜରେ ଟମାଟୋ ରଖିବାକୁ ପସନ୍ଦ କରନ୍ତି । ଯଦିଓ ବିଶେଷଜ୍ଞମାନେ ତାହା ନକରିବାକୁ ପରାମର୍ଶ ଦିଅନ୍ତି । କାରଣ ଯେତେବେଳେ ଟମାଟୋ ଥଣ୍ଡା ତାପମାତ୍ରା ସହିତ ସଂସ୍ପର୍ଶରେ ଆସେ, ସେତେବେଳେ ଏହାର ସ୍ୱାଦ ନଷ୍ଟ ହୋଇଯିବାର ଆଶଙ୍କା ଥାଏ । ଫ୍ରିଜରେ ଟମାଟୋ ଗଚ୍ଛିତ ରଖିବା ପରିବର୍ତ୍ତେ ଏହାକୁ କୋଠରୀ ତାପମାତ୍ରାରେ ରଖିବା ଭଲ ।

କଦଳୀ-
କଦଳୀ ଏପରି ଏକ ଫଳ ଯାହାକୁ ଫ୍ରିଜରେ ରଖିବା ଉଚିତ୍ ନୁହେଁ । ଥଣ୍ଡା ତାପମାତ୍ରା ହେତୁ କଦଳୀ ଚୋପା କଳା ହୋଇପାରେ, ଯେଉଁ କାରଣରୁ ଏହାର ସ୍ୱାଦରେ ପରିବର୍ତ୍ତନ ହୋଇପାରେ ।

ପିଆଜ-
ଉତ୍ତମ ବାୟୁ ଚଳାଚଳ ସ୍ଥାନରେ ପିଆଜକୁ ରଖିବା ଆବଶ୍ୟକ । ପିଆଜକୁ ଥଣ୍ଡା ଏବଂ ଶୁଖିଲା ସ୍ଥାନ ଦରକାର । ଯଦି ଆପଣ ଫ୍ରିଜରେ ପିଆଜ ରଖନ୍ତି, ତେବେ ସେଥିରେ ଆର୍ଦ୍ରତା ଆସିପାରେ ଏବଂ ସେଗୁଡ଼ିକରେ ଗଜା ଉଠିପାରେ ।

କଖାରୁ-
କଖାରୁକୁ ଅନେକ ଲୋକ ଫ୍ରିଜରେ ରଖିଥାଆନ୍ତି । ଏହାକୁ ଫ୍ରିଜ ବଦଳରେ ବାହାରେ ରଖିବା ଉଚିତ । କାରଣ ପବନ ଯିବା ଆସିବା କରୁଥିବା ଓ ଶୁଖିଲା ସ୍ଥାନରେ କଖାରୁ ରଖିବା ଦ୍ୱାରା ତାହା ଶୀଘ୍ର ନଷ୍ଟ ହୋଇନଥାଏ ।

Get real time updates directly on you device, subscribe now.