fbpx

ରଜୌରୀ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ଚାଲିଛି ଗୁଳିବିନିମୟ; ସଫା ହେବେ ଆତଙ୍କବାଦୀ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ରଜୌରୀରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି, ଶନିବାର ବାରମୂଳା ଏନକାଉଣ୍ଟରରେ ଏକ ପୃଥକ ମୁକାବିଲାରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। କାଶ୍ମୀର ଜୋନ୍ ପୋଲିସ କହିଛି ଯେ ବାରମୂଳା କରହମା କୁଞ୍ଜର ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଛି। ଏହି ସମୟରେ ରଜୌରୀ କାଣ୍ଡି ଜଙ୍ଗଲରେ ଆତଙ୍କବାଦୀ ବିରୋଧୀ ଅପରେସନ ଚାଲିଛି।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଉଭୟ ଅଞ୍ଚଳରେ ଅତି କମରେ ୮ ରୁ ୯ ଆତଙ୍କବାଦୀ ଘେରି ରହିଛନ୍ତି। ଏଥିରେ ଆତଙ୍କବାଦୀ ଆକ୍ରମଣରେ ପାଞ୍ଚ ଜଣ ସୈନିକ ସହିଦ ହୋଇଛନ୍ତି। ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ପ୍ରତିରକ୍ଷା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି ଯେ ଆତଙ୍କବାଦୀଙ୍କ ସହ ଶନିବାର ସକାଳ ୧.୧୫ ରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହୋଇଥିଲା।

ସୂଚନାମୁତାବକ ଗତକାଲି ରଜୌରୀ ଆତଙ୍କୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀଙ୍କ ବିରୋଧରେ ଏକ ମିଳିତ ଅପରେସନ ଜାରି ରଖିଥିବା ବେଳେ ଆତଙ୍କୀ ହମଲାର ଶିକାର ହୋଇଥିଲେ ଭାରତୀୟ ଯବାନ । କାଣ୍ଡି ଜଙ୍ଗଲରେ ଅପରେସନ କରୁଥିବା ବେଳେ କିଛି ଆତଙ୍କବାଦ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ ।

Get real time updates directly on you device, subscribe now.