fbpx

ଦୋହା ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ଦମଦାର ପ୍ରଦର୍ଶନ, ଟାଇଟଲ ଜିତିବା ସହ ପୂର୍ବ ପରାଜୟର ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଜାଭେଲିନ୍ ଥ୍ରୋଅର ନୀରଜ ଚୋପ୍ରା ଫିଟ୍ ହେବା ପରେ ଏକ ନୂତନ ୭ଜଣ ସିଜନ ଆରମ୍ଭ କରିଛନ୍ତି। ଦୋହା ଡାଇମଣ୍ଡ ଲିଗରେ ନୀରଜ ଭଲ ପ୍ରଦର୍ଶନ କରିବା ସହିତ ଏଠାରେ ବିଜୟ ମୁକୁଟ ପିନ୍ଧିଥିଲେ। କତାରର ଦୋହା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀରଜ ତାଙ୍କର ପ୍ରଥମ ପ୍ରୟାସରେ ଜାଭେଲିନ୍ ୮୮.୬୭ ମିଟର ଫିଙ୍ଗି ସମସ୍ତଙ୍କୁ ଚକିତ କରିଦେଇଥିଲେ।

ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଜାକୋବ ୱାଡଲେଜ୍ ଦୋହା ଡାଇମଣ୍ଡ ଲିଗରେ ନୀରଜଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏହି ବିଜୟ ସହିତ ନୀରଜ ଆଣ୍ଡରସନ ପିଟର୍ସଙ୍କ ଠାରୁ ମଧ୍ୟ ପୂର୍ବ ପରାଜୟର ପ୍ରତିଶୋଧ ନେଇଥିଲେ। ଗତଥର ଦୋହା ଡାଇମଣ୍ଡ ଲିଗରେ ଆଣ୍ଡରସନ ନୀରଜଙ୍କୁ ପରାସ୍ତ କରି ଟାଇଟଲ ଜିତିଥିଲେ। କିନ୍ତୁ ଚଳିତ ଥର ଆଣ୍ଡରସନ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏହି ଇଭେଣ୍ଟରେ ନୀରଜଙ୍କ ପ୍ରଦର୍ଶନ ବିଷୟରେ କହିବାକୁ ଗଲେ ସେ ପ୍ରଥମ ପ୍ରୟାସରେ ଜାଭେଲିନ୍ ୮୮.୬୭ମିଟର ଫିଙ୍ଗିଥିଲେ। ଦ୍ୱିତୀୟ ପ୍ରୟାସରେ, ନୀରଜ ଜାଭେଲିନ୍ ୮୬.୦୪ ମିଟର ଦୂରରେ ଫିଙ୍ଗିଥିଲେ। ତୃତୀୟରେ ୮୫.୪୭ ମିଟର ଦୂରରେ । ଚତୁର୍ଥ ପ୍ରୟାସକୁ ନୀରଜ ବ୍ୟର୍ଥ ଯାଇଥିଲେ । ପଞ୍ଚମ ଥରରେ , ନୀରଜ ଜାଭେଲିନ୍ ୮୫.୩୭ ଫିଙ୍ଗିଥିବାବେଳେ ଷଷ୍ଠ ପ୍ରୟାସରେ ନୀରଜ ଜାଭେଲିନ୍ ୮୬.୫୨ ମିଟର ଦୂରରେ ଫିଙ୍ଗିଥିଲେ। ଏଭଳି ଭାବରେ ନୀରଜ ପୁଣି ଠାରେ ଭାରତକୁ ଗର୍ବିତ କରିବାରେ ସକ୍ଷମ ହେଇଛନ୍ତି।

ଏଭଳି ବିଜୟର ସହ ନୀରଜ ଚୋପ୍ରା ଲିଗ୍ ର ଚାମ୍ପିଅନ୍ ହେଇଛନ୍ତି । ଫିଟନେସ ଅଭାବ ହେତୁ ଗତ ବର୍ଷ ଅନୁଷ୍ଠିତ ଦୋହା ଡାଇମଣ୍ଡ ଲିଗରେ ନୀରଜ ଅଂଶଗ୍ରହଣ କରିପାରିନଥିଲେ। କିନ୍ତୁ ଚଳିତ ଥର ସେ ଟାଇଟଲ ତାଙ୍କ ନାମରେ ଦାୟର କରିଛନ୍ତି ।

Get real time updates directly on you device, subscribe now.