fbpx

ବାସ୍ତୁଦୋଷ ଦୂର କରେ ଗଙ୍ଗାଜଳ, କମିଯାଏ କୁ-ଦୃଷ୍ଟିର ପ୍ରଭାବ

ଗଙ୍ଗାଜଳକୁ ହିନ୍ଦୁଧର୍ମରେ ଖୁବ୍ ପବିତ୍ର ବୋଲି କୁହାଯାଇଥାଏ । ମନରେ ଶ୍ରଦ୍ଧା ରଖି ଗଙ୍ଗାଜଳକୁ ଘରେ ରଖିଲେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି । ତା’ଛଡ଼ା ବାସ୍ତୁଦୋଷ ହେଉ ଅବା କାହାର କୁ-ଦୃଷ୍ଟିକୁ ଦୂର କରିବାରେ ମଧ୍ୟ ଗଙ୍ଗାଜଳର ରହିଛି ଅନେକ ଭୂମିକା । ଯେମିତିକି: ବାସ୍ତୁଦୋଷ ଯୋଗୁ ସମସ୍ୟା ଲାଗି ରହୁଥିଲେ, ମଝିରେ ମଝିରେ ପବିତ୍ର ମନରେ ଘରର ଚାରିଆଡ଼େ ଗଙ୍ଗାଜଳ ଛିଞ୍ଚିଦେଲେ ଘରେ ସକରାତ୍ମକ ଊର୍ଜ୍ଜା ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି ।

ପରିବାର ସଦସ୍ୟଙ୍କ ଭିତରେ କଳହ ଲାଗୁଥିଲେ, ପ୍ରତିଦିନ ସକାଳେ ଶୁଦ୍ଧପୁତ ହୋଇ ଘରର ପ୍ରତ୍ୟେକ ସଦସ୍ୟଙ୍କ ଉପରେ ଗଙ୍ଗାଜଳ ଟିକେ ଛିଞ୍ଚିଦେଲେ ସମ୍ପର୍କରେ ମଧୂରତା ବଢିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି ।

ଛୋଟ ପିଲାଙ୍କୁ କାହାର କୁ- ଦୃଷ୍ଟି ଲାଗିଥିବାର ଅନୁଭବ କଲେ, ସେହି ପିଲା ଉପରେ ଗଙ୍ଗାଜଳ ଛିଞ୍ଚି କୁ-ଦୃଷ୍ଟିର ପ୍ରଭାବକୁ କମ୍ କରାଯାଇପାରେ ।

ରାତିରେ ଦୁଃସ୍ୱପ୍ନ ଆସୁଥିଲେ, ଶୋଇବା ପୂର୍ବରୁ ଶେଯ ଉପରେ ଟିକେ ଗଙ୍ଗାଜଳ ଛିଞ୍ଚି ତା’ପରେ ଶୋଇଲେ ଆଉ ଖରାପ ସ୍ୱପ୍ନ ଆସେନାହିଁ ବୋଲି ବିଶ୍ୱାସ ରହିଛି ।

ଗଙ୍ଗାଜଳକୁ ପ୍ଲାଷ୍ଟିକ୍ ବୋତଲରେ ନ ରଖି ବରଂ କୌଣସି ଧାତୁରେ (ଲୁହାକୁ ଛାଡ଼ି) ତିଆରି ପାତ୍ରରେ ଭରି ଠାକୁର ଘରେ ରଖିବା ଠିକ୍ ହେବ । ପିତଳ ହେଉ ଅବା ତମ୍ବା ଗଡୁରେ କିଛି ଗଙ୍ଗାଜଳ ଭରି ତାହାକୁ ଘରର ଉତ୍ତର-ପୂର୍ବ କୋଣରେ ରଖିଦେଲେ ଘରେ ସୁଖଶାନ୍ତି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି ।

Get real time updates directly on you device, subscribe now.