fbpx

ସୁଖ ସମୃଦ୍ଧି ପାଇଁ ଦୀପାବଳିରେ କରନ୍ତୁ ଏହି ଉପାୟ

ଓଡିଶା ଭାସ୍କର : ଚଳିତ ବର୍ଷ ୧୨ ନଭେମ୍ବରରେ ଦୀପାବଳି ପାଳନ ହେବ । ତେବେ ଏହି ଦିନ କିଛି ଉପାୟ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ଘରେ ଧନଧ୍ୟାନ ବୃଦ୍ଧି ହେବ । ତେବେ ଆସନ୍ତୁ ଜାଣିବା ଉପାୟ ବିଷୟରେ ।
. ଦୀପାବଳି ଦିନ ୧୧ ଟି କଉଡି ନେଇ ତାହାକୁ ଲାଲ କପଡାରେ ବାନ୍ଧି ଏହାକୁ ଆପଣ ଆଲମାରୀ ଲକରେ ରଖନ୍ତୁ , ଏହା ଫଳରେ ଆପଣଙ୍କ ଧନ ବୃଦ୍ଧି ହେବ ।
. ଦୀପାବଳି ଦିନ ଲକ୍ଷ୍ମୀ ଓ ଗଣେଶ ଭଗବବାନଙ୍କ ଚିତ୍ର ଥିବା ରୂପା କଏନ ଆଣି ପୂଜା କରନ୍ତୁ । ଏହାକୁ ନିଜ ପାଖରେ ରଖନ୍ତୁ ।
. ଏହା ଛଡା ମୁଖ୍ୟଦ୍ୱାରା ଆଲମାରୀ ସମ୍ନାରେ ଏବଂ ଆଲମାରି ସାମ୍ନାରେ ଏହା ଛଡା ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ସାମ୍ନାରେ ଦୀପ ଜଳାନ୍ତୁ ।
. ଦୀପାବଳି ରେ ଦୀପରେ ୫ ଟି କର୍ପୂର ପକାଇ ଜଳାଇ ତାହାକୁ ଘର ସାରା ବୁଲାନ୍ତୁ ଫଳରେ ନକାରତ୍ମକ ଶକ୍ତି ଦୂର ହେବ । ସୁଖ ସମୃଦ୍ଧି ବୃଦ୍ଧି ପାଇବ ।
. ଦୀପାବଳି ପୂଜା ସମୟରେ ଘରେ କଳସ ସ୍ଥାପନା କରନ୍ତୁ ଏହା ସମ୍ନାରେ ଦୀପ ମଧ୍ୟ ଲଗାନ୍ତୁ ଫଳରେ ଧନ ବୃଦ୍ଧି ହେବ । କଳସରେ ଆମ୍ବ ପତ୍ର ଏବଂ ନଡିଆ ରଖନ୍ତୁ ।
. ଦୀପାବଳି ଦିନ ଶ୍ରୀ ଯନ୍ତ୍ରର ସ୍ଥାପନା କରନ୍ତୁ ଯେଉଁଥିରେ ଲକ୍ଷ୍ମୀ ଏବଂ ଗଣେଶ ଥିବେ । ଏହା ପରେ ଏହି ଶ୍ରୀ ଯନ୍ତ୍ରର ପୂଜା ମଧ୍ୟ କରନ୍ତୁ ।
. ଦୀପାବଳି ଦିନ ୫ କିମ୍ବା ୭ ଛୋଟ ଛୋଟ କଳସରେ ଚାଉଳ ଭରି ରଖନ୍ତୁ । ଦୀପାବଳି ପରଦିନ ଏହାକୁ ଦାନ କରନ୍ତୁ ।
. ଦୀପାବଳି ଦିନ ୫ ଟି ପାନ ପତ୍ରରେ ୫ ଟି ଲବଙ୍ଗ ଲଗାନ୍ତୁ ଏହା ପରେ ଏହାକୁ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ । ଏହା ପରେ ଏହାକୁ ଘରର ଦକ୍ଷିଣ ଦିଗରେ ଏହାକୁ ବାନ୍ଧନ୍ତୁ ।

Get real time updates directly on you device, subscribe now.