fbpx

ଛୋଟ ପିଲାଙ୍କ ଆଧାର କାର୍ଡରେ ତୁରନ୍ତ କରିନିଅନ୍ତୁ ଏହି ଦୁଇଟି ଅପଡେଟ୍, ନଚେତ୍ ହୋଇଯିବ ଇନଆକ୍ଟିଭ୍

ନୂଆଦିଲ୍ଲୀ: ଆଧାର କାର୍ଡକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି ହୋଇଛି । ୟୁଆଇଡିଏଆଇ ସୂଚନା ମୁତାବକ ନବଜାତ ଶିଶୁଙ୍କ ଆଧାର କାର୍ଡ କରିବାକୁ ହେଲେ ଶିଶୁର ଜନ୍ମ ସାର୍ଟିଫିକେଟ ଓ ପିତାମାତାଙ୍କ ଆଧାର କାର୍ଡ ଆବଶ୍ୟକ ହୋଇଥାଏ । ବର୍ତ୍ତମାନ ସମଗ୍ର ଦେଶରେ ଶିଶୁମାନଙ୍କର ଆଧାର କାର୍ଡ ତିଆରି କାର୍ଯ୍ୟ ଜାରି ରହିଥିବା ବେଳେ ୫ ବର୍ଷ ହେବା ପରେ କାର୍ଡର ବାୟୋମେଟ୍ରିକ ଅପଡେଟ୍ କରିବା ଜରୁରୀ ଅଟେ । ଏପରି ନକଲେ ଆଧାର କାର୍ଡ ଇନଆକ୍ଟିଭ୍ ହୋଇଯିବ ବୋଲି କୁହାଯାଇଛି ।

ୟୁଆଇଡିଏଆଇ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ନବଜାତ ଶିଶୁର ଆଧାର କାର୍ଡର ବ୍ୟବହାର ୫ ବର୍ଷ ବୟସ ପର୍ଯ୍ୟନ୍ତ କରାଯାଇପାରିବ । ଯଦି ଆପଣମାନେ ୫ ବର୍ଷ ପରେ ବାୟୋମେଟ୍ରିକ୍ ଅପଡେଟ୍ ନ କରିବେ, ତେବେ ଆଧାର କାର୍ଡ ଇନଆକ୍ଟିଭ୍ ହୋଇଯିବ । ୫ ବର୍ଷ ପରେ ଯେତେବେଳେ ଶିଶୁଟି ୧୫ ବର୍ଷର ହୋଇଯିବ, ସେତେବେଳେ ପୁଣି ଥରେ ବାୟୋମେଟ୍ରିକ୍ ଅପଡେଟ୍ କରିବାକୁ ହୋଇଥାଏ । ୫ ବର୍ଷ ପରେ ବାୟୋମେଟ୍ରିକ୍ କରାଇବା ପାଇଁ ଆପଣଙ୍କୁ ନିକଟସ୍ଥ ଆଧାର କେନ୍ଦ୍ରକୁ ଯିବାକୁ ପଡ଼ିବ । ସାଧାରଣତଃ ନବଜାତ ଶିଶୁଙ୍କ ଫିଙ୍ଗରପ୍ରିଣ୍ଟ ନିଆଯାଇ ନଥାଏ, ମାତ୍ର ୫ ବର୍ଷ ପରେ ଫିଙ୍ଗରପ୍ରିଣ୍ଟ ଅପଡେଟ୍ କରିବାକୁ ପଡ଼ିଥାଏ । ଶିଶୁଙ୍କ ବାୟୋମେଟ୍ରିକ୍ ଅପଡେଟ୍ ସମ୍ପୂର୍ଣ୍ଣ ରୂପେ ମାଗଣା ବୋଲି ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.