fbpx

ପ୍ରେମୀ ଯୁଗଳଙ୍କ ହରକତ୍ ଯୋଗୁଁ ଚିନ୍ତାରେ ମୁମ୍ବାଇର ସୋସାଇଟି, ଗେଟ୍ ବାହାରେ ଲଗାଇଲେ ‘ନୋ କିସିଂ ବୋର୍ଡ’

ମୁମ୍ବାଇ: କପଲ୍ ମାନଙ୍କ ପାଇଁ ଚିନ୍ତାରେ ମୁମ୍ବାଇ ବାସିନ୍ଦା । ସୋସାଇଟିର ଲୋକମାନଙ୍କ କହିବା କଥା ଯେ, ଲକଡାଉନ୍ ସମୟରେ କପଲ୍ ମାନେ ସୋସାଇଟି ପାଖ ଦେଇ ଯାଇଥିବା ରାସ୍ତାରେ ଆସି ଭିଡ଼ କରୁଛନ୍ତି । ଏହି ସମୟରେ ସେମାନେ କିସ୍ କରିବା ଭଳି ଅନ୍ୟାନ୍ୟ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳୁଛନ୍ତି । ଏସବୁ ସୋସାଇଟିର ଲୋକମାନଙ୍କୁ ପସନ୍ଦ ଆସୁନି । ସେମାନେ ଏଥିରେ ଅତିଷ୍ଠ ହୋଇପଡ଼ିଲେଣି । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ସୋସାଇଟିର ଲୋକମାନେ ଗେଟ୍ ରେ ନୋ କିସିଂ ଜୋନ୍ ର ବୋର୍ଡ ଲଗାଇଦେଇଛନ୍ତି । ଆଉ ଏହାକୁ ଲଗାଇବା ପରଠାରୁ କପଲ୍ ମାନେ ଉକ୍ତ ସ୍ଥାନକୁ ଆସିବା କମ୍ ହୋଇଯାଇଛି ।

ତେବେ ଆଗରୁ ନୋ ସ୍ମୋକିଂ, ନୋ ରେସ୍ ଡ୍ରାଇଭିଂ ଭଳି ସାଇନ୍ ବୋର୍ଡ ଦେଖିବାକୁ ପାଇଥିବେ । କିନ୍ତୁ ଏହି ନୋ କିସିଂ ବୋଡ୍ ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ । ତେବେ ଏହି ଭଳି ସାଇନ୍ ବୋର୍ଡ ମୁମ୍ବାଇର ବୋରିବଲୀର ସତ୍ୟମ୍ ଶିବମ୍ ସୁନ୍ଦରମ୍ ସୋସାଇଟି ବାହାରେ ଲାଗିଛି । ସେଠାରେ ରହୁଥିବା ଲୋକାମାନେ ଅନେକ ଥର କପଲ୍ ମାନଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ଅଞ୍ଚଳର କପୋର୍ରେଟ୍ ଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ କୌଣସି ଉତ୍ତର ନ ମିଳିବାରୁ ସୋସାଇଟିର ଲୋକମାନେ ମିଶି ଏହି ନିଷ୍ପତ୍ତି ନେଇଥିଲେ ଏବଂ ନୋ କିସିଂ ଜୋନ୍ ବୋର୍ଡ ଲଗାଇଥିଲେ ।

Get real time updates directly on you device, subscribe now.