ବୟସ ହେଉ ବା ଗର୍ଭାବସ୍ଥା ଓ ମୋଟାପଣ ଯୋଗୁଁ ମହିଳାଙ୍କ ଶରୀରରେ ଷ୍ଟ୍ରେଚ ମାର୍କ ହୋଇଥାଏ । ଯାହା ଦେଖିବାକୁ ଖୁବ୍ ଅସୁନ୍ଦର ଦେଖାଯାଇଥାଏ । ମହିଳାଙ୍କ ପାଇଁ ଷ୍ଟ୍ରେଚମାର୍କ ଏକ ବଡ଼ ସମସ୍ୟା । ଏହା ଦ୍ୱାରା ସେମାନଙ୍କ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ । ତେଣୁ ଏଥିପାଇଁ ଚିନ୍ତିତ ହେବା ସ୍ୱଭାବିକ କଥା । କିଛି ଘରୋଇ ଉପାୟରେ ଆପଣ ଏଥିରୁ ମୁକ୍ତି ପାଇପାରିବେ । କିନ୍ତୁ ବିଶେଷ କଥା ହେଉଛିଯେ ଆପଣ ଏହି ଉପାୟକୁ ପ୍ରତିଦିନ କରିବା ଉଚିତ । ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଷ୍ଟ୍ରେଚ୍ ମାର୍କ ଉପରେ ଅଲିଭ୍ ତେଲ, କ୍ୟାଷ୍ଟର ତେଲ ଏବଂ ନଡିଆ ତେଲ ଆଦି ବ୍ୟବହାର କରିପାରିବେ ।
– ପରିବର୍ତ୍ତିତ ଲାଇଫ୍ ଷ୍ଟାଇଲ୍ ଯୋଗୁ ମଧ୍ୟ ଫ୍ୟାଟ୍ନେସ୍ ବଢ଼ିବା କାରଣରୁ ଅନେକଙ୍କଠାରେ ଷ୍ଟ୍ରେଚ୍ମାର୍କ ଦେଖାଯାଉଛି। ତା’ଛଡ଼ା କମ୍ ପାଣି ପିଇବା ଦ୍ୱାରା ଶରୀରର ଜଳୀୟାଂଶ କମିଲେ ବି ଏହି ସମସ୍ୟା ଦେଖାଦିଏ। ତେଣୁ ଆବଶ୍ୟକ ପରିମାଣରେ ପାଣି ପିଇବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ସୁଷମ ଖାଦ୍ୟ ଖାଇବା ସହ ଦିନକୁ ଅତି କମ୍ରେ ୩-୪ ଲିଟର ପାଣି ପିଅନ୍ତୁ।
– ପରାମର୍ଶକ୍ରମେ କୌଣସି ଏକ ଭଲ ସ୍ପେଶିଆଲାଇଜ୍ଡ କ୍ରିମ୍, ଷ୍ଟ୍ରେଚ୍ମାର୍କ ରିକଭରି ସିରମ୍, ବଡି ଫର୍ମିଙ୍ଗ୍ ଜେଲ୍ ଆଦି ସକାଳେ ଏବଂ ସନ୍ଧ୍ୟାରେ ଲଗାନ୍ତୁ ଉପକୃତ ହେବେ। ଏସବୁ କେମିକାଲ୍ ଫ୍ରି ହୋଇଥିଲେ ଭଲ।
– ପାଣିରେ ଗାଧୋଇବା ପରେ ଷ୍ଟ୍ରେଚ୍ମାର୍କ ହୋଇଥିବା ସ୍ଥାନରେ ଧୀରେ ଧୀରେ ପ୍ରାୟ ୨ ମିନିଟ୍ ପର୍ଯ୍ୟନ୍ତ ଅଏଲ୍ ମସାଜ୍ କରିବା ଦ୍ୱାରା ତାହା ନରମ ହେବା ସହ ମାର୍କ ଦୂର ହେବାରେ ସାହାଯ୍ୟ କରିଥାଏ। ଏଥିପାଇଁ ବାୟୋ ଅଏଲ୍ କିମ୍ବା ନଡ଼ିଆ ତେଲ ସବୁଠୁ ଭଲ। ଆପଣ ଚାହିଁଲେ ଏଥିପାଇଁ ଅନ୍ୟ ମସାଜ୍ ଅଏଲ୍ ମଧ୍ୟ ବ୍ୟବହାର କରିପାରିବେ।
– କଟନ୍ ସାହାଯ୍ୟରେ ଲେମ୍ବୁ ରସ ନେଇ ଷ୍ଟ୍ରେଚ୍ମାର୍କ ଥିବା ସ୍ଥାନରେ ଲଗାଇ ଦଶ ମିନିଟ୍ ପର୍ଯ୍ୟନ୍ତ ରଖିବା ପରେ ନଖଉଷୁମ ପାଣିରେ ଗାଧୋଇ ପଡ଼ନ୍ତୁ। ଫଳରେ ଲେମ୍ବୁରେ ଥିବା ପ୍ରାକୃତିକ ଏସିଡ୍ ଷ୍ଟ୍ରେଚ୍ ମାର୍କ ଦୂର କରିବାରେ ସାହାଯ୍ୟ କରିଥାଏ।
– ସ୍କିନ୍ ରିପେୟାର୍ କରିବାରେ ଏକ୍ସରସାଇଜ୍ ବେଶ୍ ସାହାଯ୍ୟ କରିଥାଏ। ଯାହା ଫୁଲିଯାଇଥିବା ଏବଂ ଷ୍ଟ୍ରେଚ୍ମାର୍କ ହୋଇଥିବା ସ୍ଥାନକୁ ଧୀରେ ଧୀରେ ରିପେୟାର୍ କରି ପୂର୍ବ ଭଳି ସୁନ୍ଦର କରିଥାଏ।
– ସୌନ୍ଦର୍ଯ୍ୟତା ଏବଂ ସ୍ୱାସ୍ଥ୍ୟ ପାଇଁ ଆଲୋବେରା ଜେଲ୍ ଖୁବ୍ ଫାଇଦା ହୋଇଥାଏ । ଏହାଦ୍ୱାରା ବି ଆପଣ ଷ୍ଟ୍ରେଚ୍ ମାର୍କ ସମସ୍ୟାକୁ ଦୂର କରି ପାରିବେ । ସେଥିପାଇଁ ଏହି ଜେଲ୍ କୁ ଷ୍ଟ୍ରେଚ୍ ମାର୍କ ସ୍ଥାନରେ ଲଗାଇ ୧୫ ମିନିଟ୍ ପରେ ପାଣିରେ ଧୋଇ ଦିଅନ୍ତୁ ।
– ସେହିପରି ଅଣ୍ଡାର ଧଳା ଭାଗକୁ ଷ୍ଟ୍ରେଚ ମାର୍କରେ ଲଗାଇବା ଦ୍ୱାରା ଦାଗ କମ୍ ହୋଇଥାଏ । ଆପଣଙ୍କୁ ଅଣ୍ଡାକୁ ଭଲ ଭାବରେ ଫଟାଇ ଧଳା ଭାଗକୁ ଲଗାଇବା ଜରୁରୀ । ପରେ ଏହାକୁ ଧୋଇ ସେଥିରେ ମଶ୍ଚରାଇଜର କିମ୍ବା ଅଲିଭ୍ ତେଲ ଲଗାନ୍ତୁ ।
– ଆଳୁ ସାହାଯ୍ୟରେ ମଧ୍ୟ ଷ୍ଟ୍ରେଚ୍ ମାର୍କ ଦୂର କରିପାରିବେ । ସେଥିପାଇଁ ଆପଣ ଆଳୁକୁ ଛେଚି ରସ ବାହାର କରି ନିଅନ୍ତୁ । ସେହି ରସକୁ ଷ୍ଟ୍ରେଚ୍ ମାର୍କ ସ୍ଥାନରେ ଲଗାନ୍ତୁ । ଏହିଭଳି ଲଗାତର ୩ ରୁ ୪ ସପ୍ତାହ ଲଗାଇବା ଦ୍ୱାରା ସହଜରେ ଦାଗ ଦୂର ହୋଇଯାଇଥାଏ ।