fbpx

୫୦୦ ବର୍ଷର ପୁରୁଣା ‘ମୃତ୍ୟୁର ଗଛ’ ବିଷୟରେ ଜାଣିଛନ୍ତି କି ?

ପଞ୍ଜାବର ଏକ ଗାଁରେ ଏମିତି ଏକ ବିଶାଳକାୟ ବରଗଛ ରହିଛି, ଯାହାର ବୟସ ୫୦୦ ବର୍ଷ ଟପିଗଲାଣି । ତେବେ ଗ୍ରାମବାସୀ କୁହନ୍ତି, ଏହି ବରଗଛଟିର ଚେର ଯେଉଁ ଜମିକୁ ଯାଇଥାଏ, ସେ ଜମିରେ କେହି ଚାଷ କାର୍ଯ୍ୟ କରନ୍ତି ନାହିଁ । କେବଳ ସେତିକି ନୁହେଁ, ଯିଏ ଏହି ଗଛର ଚେର କାଟିବ, ତାଙ୍କ ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ଅବଶ୍ୟମ୍ଭାବୀ ଘଟିବ । ସେଥିପାଇଁ ଏହି ଗଛର ଚେର କାଟିବାକୁ କେହି ସାହାସ କରନ୍ତି ନାହିଁ ।

ଗାଁ ଲୋକେ କୁହନ୍ତି, ଏହି ଗଛଟି ୫୦୦ ବର୍ଷର ପୁରୁଣା ଓ ଏବେ ବି ବଢ଼ିବାରେ ଲାଗିଛି । ଏହି ଗଛ ବିଷୟରେ ପ୍ରଥମେ କେହି କିଛି ଜାଣି ନଥିଲେ । ଥରେ ଜଣେ କୃଷକର ଜମିକୁ ଏହି ଗଛର ଚେର ମାଡ଼ିଯାଇଥିଲା ଓ ସେ କୃଷକ ଜଣକ ଉକ୍ତ ଚେରକୁ କାଟି ଦେଇଥିଲେ । କିଛିଦିନ ପରେ ଚେର କାଟିଥିବା କୃଷକଙ୍କ ମୃତ୍ୟୁ ହୋଇଥିଲା । ହୋଇପାରେ ଏହା ଅନ୍ଧବିଶ୍ୱାସ, ମାତ୍ର ଉକ୍ତ ଘଟଣା ପରଠାରୁ ଜଣେ ମଧ୍ୟ ସେ ଗଛର ଚେରକୁ କାଟିବାକୁ ସାହାସ କରିନାହାନ୍ତି ।

ଏହି ବିଶାଳକାୟ ବରଗଛ ନିକଟରେ ଏକ ଶିବ ମନ୍ଦିର ରହିଛି । ଶୁଣାଯାଏ, ଶହେ ବର୍ଷ ପୂର୍ବରୁ ଏଠାରେ ଜଣେ ସନ୍ଥ ରହୁଥିଲେ । ସନ୍ଥ ଜଣକ ଥରେ ଜଣେ କୃଷକଙ୍କୁ ସନ୍ତାନ ପ୍ରାପ୍ତି ନିମନ୍ତେ କିଛି ପ୍ରସାଦ ଖାଇବାକୁ ଦେଇଥିଲେ । କୃଷକ ଜଣକ ସେ ପ୍ରସାଦକୁ ନିଜ ସ୍ତ୍ରୀକୁ ଖାଇବାକୁ ଦେଇଥିଲେ ମଧ୍ୟ ସେ ମନା କରିଦେଇଥିଲେ । ଫଳରେ କୃଷକଜଣକ ସନ୍ଥଙ୍କୁ ପ୍ରସାଦ ଫେରାଇବା ପାଇଁ ଯାଇଥିଲେ, ମାତ୍ର ସନ୍ଥ ମଧ୍ୟ ତାହାକୁ ନେବାକୁ ମନା କରିଦେଇଥିଲେ । ବାଧ୍ୟ ହୋଇ କୃଷକ ଜଣକ ସେ ପ୍ରସାଦକୁ ଭୂମି ଉପରେ ରଖିଦେଇଥିଲେ । କୁହାଯାଏ ସେ ପ୍ରସାଦ ରଖିଥିବା ସ୍ଥାନରେ ଆଜି ଏ ବିଶାଳ ବୃକ୍ଷର ଆବିର୍ଭାବ ହୋଇଛି । ଏଠାରେ ଜଣେ ସ୍ୱଚ୍ଛ ମନରେ କିଛି ମାଗିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Get real time updates directly on you device, subscribe now.