fbpx

ବିରଳ “ଗୋଲଡେନ ବ୍ଲଡ଼ ଗ୍ରୁପ” ବିଷୟରେ କିଛି ଜାଣିଛନ୍ତି କି? ଯାହା ପୃଥିବୀରେ ମାତ୍ର ୫୦ରୁ କମ୍ ଜଣଙ୍କ ପାଖରେ ରହିଛି

Advertisement

ଓଡିଶା ଭାସ୍କର: ରକ୍ତ ବହୁତ ମୂଲ୍ୟବାନ, ଏକଥା ସମସ୍ତଙ୍କୁ ଜଣା। କିନ୍ତୁ ରକ୍ତ ଭିତରେ ଏମିତି କିଛି ରକ୍ତ ଅଛି ଯାହା ବିରଳ ଗ୍ରୁପ ଭିତରେ ରହିଥାଏ । ତେବେ ଆପଣ A, A+, B, B+, AB, AB+, AB- ଏବଂ O, O+, O- ଭଳି ବ୍ଲଡ଼ ଗ୍ରୁପ ବିଷୟରେ ନିୟମୀତ ଶୁଣିବାକୁ ପାଉଥିବେ। ହେଲେ କେବେ ଗୋଲଡେନ ବ୍ଲଡ଼ ଗ୍ରୁପ ବିଷୟରେ ଶୁଣିବାକୁ ପାଇଛନ୍ତି କି?

ସୂଚନା ଥାଉକି, ସାଧାରଣତଃ ୪ ଟି ବ୍ଲଡ୍‌ ଗ୍ରୁପ୍‌ର ଲୋକ ପୃଥିବୀରେ ରହିଥାନ୍ତି। ସେଥି ମଧ୍ୟରେ A, B, AB ତଥା O ଗ୍ରୁପ୍‌ ରହିଥାଏ। ଏହା ସହ ଏକ ବିରଳ ଗ୍ରୁପ୍‌ ରହିଛି ତାହା ହେଉଛି ଆର୍‌ ଏଚ୍‌ ନଲ୍‌ ବ୍ଲଡ୍‌ ଗ୍ରୁପ୍‌। ଏହାକୁ ଗୋଲଡେନ୍‌ ବ୍ଳଡ୍‌ ଗ୍ରୁପ୍‌ ମଧ୍ୟ କୁହାଯାଇଥାଏ। ଚିକିତ୍ସା ବିଜ୍ଞାନରେ ଏହାକୁ ରିସସ୍‌ ନେଗେଟିଭ୍‌ ଗ୍ରୁପ୍‌ କୁହାଯାଏ। ଗତ ୫୨ ବର୍ଷ ମଧ୍ୟରେ ପୃଥିବୀର କେଳବ ୫୦ ଜଣରୁ କମ୍ ଲୋକଙ୍କଠାରେ ଏହି ଗ୍ରୁପ୍‌ର ବ୍ଲଡ୍‌ ରହିଛି। ତେବେ ଆଣ୍ଟିଜେନ୍‌ ଶରୀରରେ ଆଣ୍ଟିବଡି ତିଆରି କରିଥାଏ। ଆଣ୍ଟିବଡ଼ି ଦ୍ୱାରା ରୋଗପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇଥାଏ। ହେଲେ ବ୍ଲଡ୍‌ରେ ଆଣ୍ଟିଜେନ୍‌ ପରିମାଣ କମ୍‌ ରହିଲେ ଏହାକୁ ବିରଳ ଗ୍ରୁପ୍‌ ବୋଲି କୁହାଯାଇଥାଏ। ରେସସ୍‌ ନେଗେଟିଭ୍‌ ବ୍ଲଡ୍‌ ଗ୍ରୁପ୍‌ ଲୋକଙ୍କର ଜୀବନଶୈଳୀ ସାଧାରଣ ଲୋକଙ୍କ ପରି ହୋଇଥାଏ। ମାତ୍ର ସେମାନଙ୍କୁ ନିଜ ପ୍ରତି ଅଧିକ ଯତ୍ନଶୀଳ ହେବାକୁ ପଡ଼ିଥାଏ। ସେମାନେ ସମସ୍ତ ବ୍ଲଡ୍‌ ଗ୍ରୁପ୍‌ର ଡୋନର ଭାବେ କାର୍ୟ୍ୟ କରିଥାନ୍ତି। କିନ୍ତୁ ସେମାନଙ୍କ ପାଇଁ ଡୋନର୍‌ ମିଳିବା ବହୁତ ମୁସ୍କିଲ ହୋଇଥାଏ।

Get real time updates directly on you device, subscribe now.