ରାତିରେ ଲାଇଟ୍ ଜଳାଇ ଶୁଅନ୍ତୁନି, ସ୍ୱାସ୍ଥ୍ୟ ଉପରେ ପଡ଼ିବ ଏହି ଖରାପ ପ୍ରଭାବ
ଯଦି ଆପଣ ରାତିରେ ଲାଇଟ ଜଳାଇ ଶୋଉଛନ୍ତି, ତେବେ ହୋଇଯାଆନ୍ତୁ ସତର୍କ
ଓଡ଼ିଶା ଭାସ୍କର: ସାଧାରଣତଃ ରାତିରେ ଶୋଇବା ସମୟରେ ଅନେକ ଲାଇଟ୍ ଜଳାଇ ଶୋଇଥାଆନ୍ତି ଅନେକ ଲିଭାଇ। ତେବେ ଏହାରି ମଧ୍ୟରେ ଆପଣ ଲାଇଟ୍ ଜଳାଇ ଶୋଇବା ଅଭ୍ୟାସକୁ ଦୂର କରିବାକୁ ଚେଷ୍ଟା କରନ୍ତୁ। କାରଣ ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇ ପାରେ।
ରାତିରେ ଆପଣ ଯଦି ଲାଇଟ୍ ଲଗାଇ ଶୁଅନ୍ତି ତେବେ ଏହା ଆମ ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇପାରେ। ଆପଣ ଜାଣିଛନ୍ତି କି ଆମ ଶରୀର ଭିତରେ ଏକ ପ୍ରାକୃତିକ ଘଣ୍ଟା ଅଛି ବୋଲି। ଏହି ଘଣ୍ଟା ଯୋଗୁଁ ଆଲୁଅରେ ଉଠିବା ଏବଂ ଅନ୍ଧାରରେ ଶୋଇବାର ସିଗନାଲ ଆକ୍ଟିଭ ହୋଇଥାଏ।
ଯଦି ଆପଣ ଲାଇଟ ଲଗାଇ ଶୋଇବାକୁ ଚେଷ୍ଟା କରନ୍ତି, ତେବେ ଏଥିରେ ଆପଣଙ୍କ ମସ୍ତିଷ୍କ ସତର୍କ ରହିଥାଏ। ଏହି ସମୟରେ ଏକ ଭଲ ନୀଦ ପାଇଁ ମସ୍ତିଷ୍କକୁ ଏକ ଆରମ ଦେବା ଗୁରୁତ୍ୱପୂର୍ଣ୍ଣ।
ଯେଉଁମାନେ ଘରେ ଲାଇଟ ଜଳାଇ ଶୋଇଥାଆନ୍ତି, ସେମାନେ ପ୍ରାୟତଃ ଗଭୀର ଏବଂ ଶାନ୍ତିପୂର୍ଣ୍ଣ ନିଦ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।