ସ୍ପର୍ମ ଫ୍ରିଜିଂ ଚାହୁଁଛନ୍ତି କି? ଜାଣନ୍ତୁ ଏହାର ଦାମ୍‌ କେତେ, କେମିତି କରିବେ ସଂରକ୍ଷଣ

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଅନେକ ଲୋକ ସ୍ବାସ୍ଥ୍ୟ କିମ୍ବା ବ୍ୟକ୍ତିଗତ କାରଣରୁ ପିତାମାତା ହେବାକୁ ବିଳମ୍ବ କରୁଛନ୍ତି। ମାତ୍ର ଏଥିରେ ଅନେକ ବିପଦ ରହିଥାଏ। ଏଗୁଡ଼ିକୁ ଏଡ଼ାଇବା ପାଇଁ, ଏଗ୍‌ ଫ୍ରିଜିଂ ଏବଂ ସ୍ପର୍ମ ଫ୍ରିଜିଂ ଭଳି କୌଶଳ ସର୍ବୋତ୍ତମ ବିକଳ୍ପ। କିନ୍ତୁ ଅନେକ ଲୋକ ଏହା ବିଷୟରେ ସଚେତନ ନୁହନ୍ତି। ଏପରି ପରିସ୍ଥିତିରେ ଜାଣନ୍ତୁ ଏହି ପ୍ରକ୍ରିୟାଗୁଡ଼ିକ କ’ଣ ଏବଂ ଏଗୁଡ଼ିକର ଦାମ୍‌ କେତେ?

ଏଗ ଫ୍ରିଜିଂରେ ମହିଳାଙ୍କ ଡିମ୍ବାଣୁକୁ ଭବିଷ୍ୟତର ଗର୍ଭଧାରଣ ପାଇଁ ସଂଗ୍ରହ ଏବଂ ଫ୍ରିଜ କରାଯାଏ। ପୁରୁଷମାନଙ୍କ ପାଇଁ ଶୁକ୍ରାଣୁ ଫ୍ରିଜ କରିବାର ଏକ ବିକଳ୍ପ ଅଛି। ଏଥିରେ, ସେମାନଙ୍କର ଶୁକ୍ରାଣୁକୁ ଦୀର୍ଘ ସମୟ ପାଇଁ ସଂଗ୍ରହ ବା ସଂରକ୍ଷଣ କରାଯାଏ, ଯାହା ଫଳରେ ଭବିଷ୍ୟତରେ, IVF କିମ୍ବା IUI (ଇଣ୍ଟ୍ରାୟୁଟେରାଇନ ଇନସେମିନସନ) ମାଧ୍ୟମରେ ପିତାମାତା ହେବା ଅର୍ଥାତ୍‌ ଗର୍ଭଧାରଣ ସମ୍ଭବ ହୋଇପାରିବ।

ଏଗ୍‌ ଫ୍ରିଜିଂ ପାଇଁ କେତେ ଖର୍ଚ୍ଚ ହୁଏ?

ଏଗ୍‌ ସଂଗ୍ରହ – ୩୦୦୦୦-୮୦୦୦୦ ଟଙ୍କା

ଔଷଧ ଏବଂ ହରମୋନ ଚିକିତ୍ସା – ୫୦୦୦୦-୭୦୦୦୦ ଟଙ୍କା ପର୍ଯ୍ୟନ୍ତ

ଏଗ୍‌ ଫ୍ରିଜିଂ ଏବଂ ୧ ବର୍ଷ ପାଇଁ ସଂରକ୍ଷଣ – ୩୦୦୦୦-୫୦୦୦୦ ଟଙ୍କା ପର୍ଯ୍ୟନ୍ତ

ମୋଟ୍‌ ଆନୁମାନିକ ମୂଲ୍ୟ- ୧.୫ ଲକ୍ଷରୁ ୨ ଲକ୍ଷ ପର୍ଯ୍ୟନ୍ତ

ଭାରତରେ ଅଧିକାଂଶ ସ୍ବାସ୍ଥ୍ୟ ବୀମା ପଲିସି ପ୍ରଜନନ ଚିକିତ୍ସାକୁ କଭର କରେ ନାହିଁ, କିନ୍ତୁ କିଛି ପ୍ରିମିୟମ ଯୋଜନା ଏବେ ଧୀରେ ଧୀରେ IVF ଏବଂ ଡିମ୍ବାଣୁ କିମ୍ବା ଶୁକ୍ରାଣୁ ଫ୍ରିଜିଂ ଭଳି ସେବାକୁ କଭର କରିବା ଆରମ୍ଭ କରିଛି, ତେଣୁ ବୀମା କିଣିବା ସମୟରେ ଏହା ଯାଞ୍ଚ କରନ୍ତୁ।