fbpx

ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଆସିଗଲା ବଡ଼ ସୁଯୋଗ

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ଖୁସି ଖବର । ଆଇଡିବିଆଇ ବ୍ୟାଙ୍କରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ବ୍ୟାଙ୍କରେ ଚାଲିଛି ବମ୍ପର ଭତ୍ତି । ଆବେଦନ କରିବା ପାଇଁ ପ୍ରାର୍ଥୀ ଗ୍ରାଜୁଏସନ କରିଥିବା ଜରୁରୀ । ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ idbibank.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୦୩୬

ଜରୁରୀ ତାରିଖ : ପଦବୀରେ ଆବେଦନ କରିବାର ଶେଷ ତାରିଖ ୭ ଜୁନ୍‌ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏସନ ଡିଗ୍ରୀ/କମ୍ପ୍ୟୁଟର ଜ୍ଞାନ ରଖିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୦ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଅନଲାଇନ ଟେଷ୍ଟ/ଡକ୍ୟୁମେଣ୍ଟ ଭେରିଫିକେସନ/ ପ୍ରି ରିକ୍ରୁଟମେଟ ମେଡିକାଲ ଟେଷ୍ଟ ଆଧାରରେ ହେବ । ଅନଲାଇନ ଟେଷ୍ଟରେ ୨୦୦ ମାର୍କର ପରୀକ୍ଷା ହେବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।

କେବେ ହେବ ପରୀକ୍ଷା : ଏହି ଭର୍ତ୍ତି ପାଇଁ ଅନଲାଇନ ପରୀକ୍ଷା ଜୁଲାଇ ୨, ୨୦୨୩ରେ ହେବ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ IDBI ର ଅଫିସିଆଲ ୱେବସାଇଟ idbibank.in କୁ ଯାଆନ୍ତୁ ।

ଏହାପରେ ହୋମ ପେଜରେ ଆଇଡିବିଆଇର ରିକ୍ରୁଟମେଣ୍ଟ ୨୦୨୩ ଲିଙ୍କରେ କ୍ଲିକ୍‌ କରନ୍ତୁ ।

ତା’ ପରେ ଏକ ନୂଆ ପେଜ୍‌ ଖୋଲିବ । ସେଥିରେ ରେଜିଷ୍ଟ୍ରେସନ କରି ଆବେଦନ ଫର୍ମ ପୂରଣ କରନ୍ତୁ ।

ଆବେଦନ ଶୁଳ୍କ ଭରିବା ପରେ ଫର୍ମ ସବମିଟ୍‌ କରିଦିଅନ୍ତୁ ।

ଫର୍ମ ଡାଉନଲୋଡ କରି ଭବିଷ୍ୟତ ପାଇଁ ପ୍ରିଣ୍ଟ ଆଉଟ୍‌ କାଢି ରଖନ୍ତୁ ।

Get real time updates directly on you device, subscribe now.