ଡ୍ୟୁଟି ସମୟରେ ନ ରହିବା ଡାକ୍ତରଙ୍କୁ ପଡ଼ିଲା ମହଙ୍ଗା, ଦରମା ବନ୍ଦ କଲେ ଅଧିକାରୀ

ଡ୍ୟୁଟି ସମୟରେ ନ ରହିବା ଡାକ୍ତରଙ୍କୁ ପଡ଼ିଲା ମହଙ୍ଗା । ଡାକ୍ତରଙ୍କ ଦିନକର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ଯାଜପୁର: ବନ୍ଦ ହେଲା ଡାକ୍ତରଙ୍କ ଦରମା । ଡ୍ୟୁଟି ସମୟରେ ନ ରହିବା ଡାକ୍ତରଙ୍କୁ ପଡ଼ିଲା ମହଙ୍ଗା । ଡାକ୍ତରଙ୍କ ଦିନକର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ସୁକିନ୍ଦା ଡାକ୍ତରଖାନାରେ ଡ୍ୟୁଟି ସମୟରେ ନଥିଲେ ଡାକ୍ତର । ଡାକ୍ତର ନଥିବାରୁ ଦେଖା ଦେଇଥିଲା ଅସନ୍ତୋଷ । ଅନୁପସ୍ଥିତି ପାଇଁ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି ।