fbpx

କୁୁକୁର କରୁଛି ଯୋଗ, ଭିଡିଓ ଭାଇରାଲ୍

ୱାଶିଂଟନ୍ : ସାଧାରଣତଃ ମଣିଷ ମାନେ ଶରୀରକୁ ସୁସ୍ଥ ଏବଂ ଫୁର୍ତ୍ତି ରଖିବା ପାଇଁ ଯୋଗ କରିଥାନ୍ତି । ହେଲେ ଆପଣମାନେ କୁକୁରକୁ ଯୋଗ କରୁଥିବା କେବେ ଦେଖିଛନ୍ତି କି? ଯଦି ଦେଖିନାହାନ୍ତି ତେବେ ଆଜି ଦେଖନ୍ତୁ । କୁକୁରକୁ ଆମେ ସାମାଜିକ ପ୍ରାଣୀ କହୁଥିବା ବେଳେ ସେମାନେ ମଣିଷ ମାନଙ୍କ ଠାରୁ ମଧ୍ୟ ଖୁବ୍ ଚାଲାକ୍ । ସେମାନେ ଯେତିକି ବିଶ୍ୱସ୍ତ ସେତିକି ଯତ୍ନବାନ ମଧ୍ୟ । ତେବେ କିଛି ଦିନ ହେବ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ କୁକୁର ଯୋଗ କରୁଥିବା ଦେଖିବାକୁ ମିଳିଛି । ବୋଧ ହୁଏ ସେ ବି ତାର ସ୍ୱାସ୍ଥ୍ୟ ପାଇଁ ଯତ୍ନବାନ ଅଛି । ତେଣୁ ସେ ତା’ ମାଲିକଙ୍କୁ ଅନୁସରଣ କରି ଯୋଗ କରୁଛି ।

ତେବେ ଭିଡିଓଟିକୁ ଟୁଇଟର୍ ହ୍ୟାଣ୍ଡେଲରେ ରେନ୍ସ ଚୈପମେନ୍ ନାମକ ଜଣେ ୟୁଜର୍ ସେୟାର୍ କରିଥିବା ବେଳେ ସେ କ୍ୟାପସନ୍ ରେ ଲେଖିଛନ୍ତି ଯେ, ଏହି କୁକୁର ବାସ୍ତବରେ ଯୋଗ କରୁଛି । ଏହାକୁ ଏବେ ଅନେକ ୟୁଜର୍ ଲାଇକ୍ କରୁଥିବା ବେଳେ କମେଣ୍ଟ ଜରିଆରେ ସେମାନଙ୍କ ମତାମତ ମଧ୍ୟ ଜଣାଉଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, କୁକୁର ତାର ମାଲିକଙ୍କୁ ଅନୁସରଣ କରି ଯୋଗ କରିବାକୁ ମ୍ୟାଟ୍ ବିଛାଉଛି । ତାପରେ ମ୍ୟାଟ୍ ଉପରେ ଶୋଇ ଯୋଗ କରିବା ଆରମ୍ଭ କରି ଦେଉଛି ।

Get real time updates directly on you device, subscribe now.