fbpx

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ‘TRUTH Social’ନାମରେ ଲଞ୍ଚ କରିବେ ନିଜର…

ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନେଇ ବଡ଼ ଘୋଷଣା କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଆଜି ଘୋଷଣା କରିଛନ୍ତି ଯେ ସେ ନିଜର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିବାକୁ ଯାଉଛନ୍ତି, ଯାହାର ନାଁ ‘TRUTH Social’ ରଖାଯାଇଛି । କୁହାଯାଉଛି ଯେ ଟ୍ରମ୍ପଙ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ପରି ହେବ, ଯେଉଁଥିରେ ୟୁଜର୍ସମାନେ ନିଜର ବିଚାର, ଫଟୋ ଓ ଭିଡିଓ ସେୟାର କରିପାରିବେ ।

ଟ୍ରମ୍ପ ନିଜର ବୟାନରେ ଟ୍ୱିଟରକୁ ଟାର୍ଗେଟ କରି କହିଛନ୍ତି ଯେ, ‘ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜି ଗ୍ରୁପ ଓ ତାର ‘TRUTH Social’ ଆପ୍ ଲଞ୍ଚ କରିବା ଦ୍ୱାରା ବଡ଼ ବଡ଼ ଟେକ୍ କମ୍ପାନୀଗୁଡିକ ପାଇଁ ପ୍ରତିଦ୍ୱନ୍ଦ୍ୱୀ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି । ଆମେ ଏପରି ଏକ ସମାଜରେ ରହୁଛୁ, ଯେଉଁଠାରେ ତାଲିବାନ୍ ବହୁଳ ମାତ୍ରାରେ ଟ୍ୱିଟର ବ୍ୟବହାର କରୁଛି, କିନ୍ତୁ ଆପଣଙ୍କ ପ୍ରିୟ ଆମେରିକାର ରାଷ୍ଟ୍ରପତିଙ୍କୁ ଚୁପ୍ କରାଯାଉଛି । ଯାହାକି ଗ୍ରହଣୀୟ ନୁହେଁ ।’

ତେବେ ଟ୍ୱିଟର ଓ ଫେସବୁକରେ ବ୍ୟାନ୍ ହେବା ପରେ ନିଜର ସୋସିଆଲ ମିଡିଆ ସାଇଟ୍ ଲଞ୍ଚ କରିବାକୁ କହିଛନ୍ତି ଟ୍ରମ୍ପ । କମ୍ପାନୀର କହିବା ମୁତାବକ, ଏହା ଏକ ଭିଡିଓ-ଅନ୍-ଡିମାଣ୍ଡ ସେବାର ଯୋଜନା, ଯେଉଁଥିରେ ମନୋରଞ୍ଜନ ପ୍ରୋଗ୍ରାମିଂ, ସମାଚାର ଓ ପୋଷ୍ଟକାଷ୍ଟ ସାମିଲ ହେବ ।

Get real time updates directly on you device, subscribe now.