୧୧ଥର ପାଇଁ ଅଜା ହେବାକୁ ଯାଉଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ସାନ ଝିଅ ଅଛନ୍ତି ଗର୍ଭବତୀ

ଅଜା ହେବାକୁ ଯାଉଛନ୍ତି ଟ୍ରମ୍ପ । ସାନ ଝିଅଙ୍କ ପାଇଁ ଟ୍ରମ୍ପ ଅଧିକ ଖୁସି ।

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସବୁଠୁ ସାନ ଝିଅ ଟିପନି ଟ୍ରମ୍ପ ମା’ ହେବାକୁ ଯାଉଛନ୍ତି । ୩୧ ବର୍ଷୀୟା ଟିଫନି ଏହି ମାସରେ ପ୍ରସବ କରିବାକୁ ଯାଉଛନ୍ତି । ଏ ନେଇ ଟ୍ରମ୍ପଙ୍କ ଘରେ ଏବେ ଖସିର ମାହୋଲ ।

ଆମେରିକା ରାଷ୍ଟ୍ରପତି ୧୧ତମ ଥର ପାଇଁ ଅଜା ହେବାକୁ ଯାଉଛନ୍ତି, ଯାହାକୁ ନେଇ ସେ ଖୁବ୍ ଉତ୍ସାହିତ ଥିବା ମଧ୍ୟ ଜଣାପଡ଼ିଛନ୍ତି । ଟିଫନି ବର୍ତ୍ତମାନ ସ୍ୱାମୀ ମାଇକଲ ବୁଲୋସଙ୍କ ସହ ଛୁଟି କାଟୁଥିବାର ଦେଖିବାକୁ ମିଳୁଛି ।

ଟିଫନି ପ୍ରେଗନେଣ୍ଟ ଥିବା ଖବର ନିଜେ ଟ୍ରମ୍ପ ଗଣମାଧ୍ୟମକୁ ଜଣାଇଥିଲେ । ଜାନୁଆରୀରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ଟିଫନି ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା ।

୧୯୯୩ରେ ଟିଫନିଙ୍କ ଜନ୍ମ । ଟ୍ରମ୍ପଙ୍କ ଚତୁର୍ଥ ସନ୍ତାନ ହେଉଛନ୍ତି ଟିଫନି । ଟ୍ରମ୍ପ ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ ମାରଲା ମେପଲ୍ସଙ୍କ ଝିଅ । ତାଙ୍କ ସ୍କୁଲିଂ କାଲିଫର୍ନିଆରେ ହୋଇଥିଲା । ୨୦୨୮ରେ ଟିଫନି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଟିଫନିଙ୍କ ସ୍ୱାମୀ ବୁଲୋସ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ।