ଏହି ଫଳ ଖାଇଲେ ରାଗିଯାନ୍ତି ବିଷ୍ଣୁ ଭଗବାନ, ଜାଣନ୍ତୁ କେମିତି ହେବେ ପ୍ରଭୁ ସନ୍ତୁଷ୍ଟ; ବଢ଼ିବ ଧନଧାନ୍ୟ

ଗୁରୁବାର ଦିନ ଏହି ସବୁ କାମ କରନ୍ତୁ ନାହିଁ । ଭଗବାନ ବିଷ୍ଣୁ ରାଗିଲେ ବଢ଼ିବ ଅଭାବ ଅନାଟନ ।

ଓଡ଼ିଶା ଭାସ୍କର: ସଫଳ ହେବା ପାଇଁ ପରିଶ୍ରମ, ବୁଦ୍ଧିମତା ସାଙ୍ଗକୁ ଭାଗ୍ୟ ସାଥ୍ ଦେବା ବି ଆବଶ୍ୟକ । ଯଦି ଭାଗ୍ୟ ସାଥ୍ ଦେବନି ତେବେ ହେବାକୁ ଥିବା କାମ ବି ଅଟକି ଯିବ । ଗୁରୁବାର ବିଷ୍ଣୁ ଗଭବାନ ଏବଂ ବୃହସ୍ପତିଙ୍କ ବାର । ବିଷ୍ଣୁଙ୍କ କୃପାରୁ ସବୁ କାମ ସଫଳ ହୁଏ । କିନ୍ତୁ ବେଳେ ଲୋକ ଏମିତି କାମ କରିବସନ୍ତି ଯାହାଫଳରେ ସେମାନଙ୍କ କାମ ବିଗିଡ଼ିଯାଏ, ଚାଲନ୍ତୁ ଜାଣିବା କେଉଁ କାମ କରିବା ଅନୁଚିତ୍…

ଗୁରୁବାର ବ୍ରତ କଲେ ଗୁରୁ ଗ୍ରହ ମଜଭୁତ ହୁଏ । ଯାହାଫରେ ଧନ, ବଳ, ସୁଖ ସବୁ ପ୍ରାପ୍ତି ହୁଏ । ସେଥିପାଇଁ ଗୁରୁବାର ବ୍ରତ କଲେ ଭଗବାନ ବିଷ୍ଣୁ ସନ୍ତୁଷ୍ଟ ହୁଅନ୍ତି । ବିଷ୍ଣୁଙ୍କ ପୂଜା ସାଙ୍ଗକୁ ଲକ୍ଷ୍ମୀଙ୍କ ପୂଜା କଲେ ମିଳିବ ସୌଭାଗ୍ୟ ।

ଗୁରୁବାର ଦିନ କେଶ, ଦାଢ଼ି କାଟିବା ନିସିଦ୍ଧ ଥିବାବେଳେ କେଶ ଧୋଇବାକୁ ମଧ୍ୟ ବାରଣ କରାଯାଏ । ଏହା କରିବା ଦ୍ୱାରା ଲକ୍ଷ୍ମୀ ରାଗିଯାଆନ୍ତି । ଗୁରୁବାର ଦିନ ସାଦା ପାଣିରେ ଗାଧୋଇବା ଦରକାର ।

ଗୁରୁବାର ଦିନ କଦଳୀ ଖାଇବା ନିଷିଦ୍ଧ । କାରଣ ଗୁରୁବାର ବ୍ରତରେ କଦଳୀ ଗଛକୁ ପୂଜା କରାଯାଏ । କଦଳୀ ଗଛରେ ଗଭବାନ ବିଷ୍ଣୁ ବିରାଜମାନ କରନ୍ତି ବୋଲି ବିଶ୍ୱାସ ରହିଛି । କଦଳୀ ଖାଇଲେ ବିଷ୍ଣୁ ରାଗିଯାଆନ୍ତି ବୋଲି କୁହାଯାଏ ।

ଗୁରୁବାର ଦିନ ଟଙ୍କା ଲେଣ ଦେଣ କାରବାର ମଧ୍ୟ କରିବା ଉଚିତ୍ ନୁହେଁ । ଗୁରୁବାର ଟଙ୍କା ଧାର ଦେଲେ ମିଳିବା ସମ୍ଭାବନା କମିଯାଏ ।