fbpx

ବ୍ୟାଚଲର ରହିବେ ନାହିଁ, ଏହି ଲୋକ ହିଁ ଦେଶକୁ ବହୁତ ହଇରାଣ କରୁଛନ୍ତି, ମୁମ୍ବାଇ ରାଲିରେ ଏମିତି କହିଲେ ଓୱେସି

ମୁମ୍ବାଇ : ଏଆଇଏମଆଇଏମ ପ୍ରମୁଖ ତଥା ସାଂସଦ ଅସଦୁଦ୍ଦୀନ ଓୱେସି ମୁମ୍ବାଇରେ ଏକ କାର୍ଯ୍ୟକ୍ରମ ସମୟରେ ଅବିବାହିତ ଯୁବକଙ୍କୁ ନେଇ ଏକ ବୟାନ ଦେଇଛନ୍ତି ଯାହା ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହୋଇଛି । ଅସଦୁଦ୍ଦୀନ ଓୱେସି ମୁମ୍ବାଇରେ ଏକ ଜନସଭାରେ ଯୁବ ବର୍ଗଙ୍କୁ କହିଛନ୍ତି, ବିବାହ କରିବେ ନା ଆପଣ, ବ୍ୟାଚଲର ରହିବେ ନାହିଁ, ବ୍ୟାଚଲର ଲୋକ ବହୁତ ହଇରାଣ କରୁଛନ୍ତି ।

ଅସଦୁଦ୍ଦୀନ ଓୱେସି ରାଲି ସମୟରେ ମୁସଲିମ ଯୁବକଙ୍କୁ ପଚାରିଛନ୍ତି ଯେ, କଣ ଆପଣ ଚାହୁଁଛନ୍ତି ଆପଣଙ୍କ ପିଲାମାନେ ଅଶିକ୍ଷିତ ଏବଂ ଗରିବ ହୋଇ ରୁହନ୍ତୁ । ଯିଏ ୧୮-୧୯ ବର୍ଷର ଯୁବକ, ସେମାନେ ଶୀଘ୍ର ବିବାହ କରିବେ ଏବଂ ତାଙ୍କର ପିଲା ହେବ । ଆପଣମାନେ ବିବାହ କରିବେ କି ନାହିଁ ବୋଲି ଅସଦୁଦ୍ଦୀନ ଓୱେସି କହିଛନ୍ତି । ଓୱେସି ଯୁବ ବର୍ଗଙ୍କୁ ପଚାରିଛନ୍ତି, କଣ ଆପଣ ଚାହାନ୍ତି ଆପଣଙ୍କ ପିଲାଙ୍କୁ ତାର ଅଧିକାର ନମିଳୁ ।

ସେ ମଜାଳିଆ ଢଙ୍ଗରେ କହିଛନ୍ତି, ବିବାହ କରିବେ ନା ? ବ୍ୟାଚଲର ରହିବେ ନାହିଁ । ବ୍ୟାଚଲର ବହୁତ ହଇରାଣ କରୁଛନ୍ତି । ଘରେ ରହିଲେ ଲୋକଙ୍କ ମୁଣ୍ଡ ଶାନ୍ତ ରହିଥାଏ । ସେ କହିଛନ୍ତି, ମହାରାଷ୍ଟ୍ରରେ ୪.୯ ପ୍ରତିଶତ ମୁସସମାନ ସ୍ନାତକ, ପ୍ରାଇମେରୀରେ ୨୨ ପ୍ରତିଶତ, ସେକେଣ୍ଡାରୀରେ ୧୩ ପ୍ରତିଶତ ଏବଂ କଲେଜରେ ୧୧ ପ୍ରତିଶତ ମୁସଲମାନ ପଢୁଛନ୍ତି । ଓୱେସି କହିଛନ୍ତି, ମୁସଲମାନ ପଢିବାକୁ ଚାହେଁ, ମାତ୍ର ଫି ଅଭାବ କାରଣରୁ ସେମାନେ ପଢି ପାରୁ ନାହାନ୍ତି । ମାତ୍ର ଆରଏସଏସ ମିଛ କହୁଛି ଯେ, ମୁସଲମାନ ପଢିବାକୁ ଚାହେଁ ନାହିଁ ।

 

Get real time updates directly on you device, subscribe now.