fbpx

ଥରେ ବ୍ୟବହାର ହୋଇଥିବା ତେଲକୁ କରନ୍ତୁ ନାହିଁ ବ୍ୟବହାର, ହୋଇପାରେ କ୍ୟାନ୍ସରର କାରଣ

ସିଙ୍ଗଡ଼ା କିମ୍ବା ପକୁଡ଼ି କାହାକୁ ବା ପସନ୍ଦ ନୁହେଁ । ଏହା ଖାଇବାକୁ ଖୁବ୍ ସୁଆଦିଆ । କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇବା ଭଲ ନୁହେଁ ବୋଲି କୁହାଯାଏ । ଅଧିକ ମାତ୍ରାରେ ଖାଇବା ଦ୍ୱାର ଶୀରରରେ କୋଲେଷ୍ଟ୍ରୋଲ ବଢ଼ିବାର ସମ୍ଭାବନା ରହିଛି । ତେବେ ଯଦି ଆପଣ ଘରେ କିମ୍ବା ବାହାରେ ସିଙ୍ଗଡ଼ା କିଣି ଖାଉଛନ୍ତି ତେବେ ଧ୍ୟାନରେ ରଖନ୍ତୁ ଯେ ତାହା ଗୋଟିଏ ତେଲରେ ଛଣା ହୋଇଛି କି ? ତେବେ ସତର୍କ ହୋଇଯାଆନ୍ତୁ ଏହା କ୍ୟାନ୍ସର କାରଣ ହୋଇପାରେ ।

ଅନେକ ସମୟରେ ଦେଖାଯାଇଛି ଯେ ଦୋକାନ ମାନଙ୍କରେ ବାରମ୍ବାର ସମାନ ତେଲରେ ସିଙ୍ଗଡ଼ା ତଥା ପକୁଡ଼ି ଛଣା ହୋଇଥାଏ । ଧ୍ୟାନ ଦିଅନ୍ତୁ ଯେ ବାରମ୍ବାର ସମାନ ତେଲରେ ରାନ୍ଧିବା ଦ୍ୱାରା ସେଥିରେ ଫ୍ରି ରେଡିକାଲ୍ସ ତିଆରି ହୋଇଥାଏ, ଯାହା ରୋଗର କାରଣ । ବାରମ୍ବାର ତେଲ ଗରମ ହେବା ଦ୍ୱାରା ଏହାର ଗନ୍ଧ ଶେଷ ହୋଇଯାଏ ଏବଂ ସେଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ସରିଯାଇଥାଏ, ଫଳରେ ସେଥିରେ କ୍ୟାନ୍ସର ସୃଷ୍ଟି କାରୀ ତତ୍ତ୍ୱ ସୃଷ୍ଟି ହୋଇଥାଏ ।

ବିଶେଷଜ୍ଞମାନେ ମଧ୍ୟ କହିଛନ୍ତି ଯେ ବାରମ୍ବାର ବ୍ୟବହୃତ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଭଲ । ବାରମ୍ବାର ଗୋଟିଏ ତେଲରେ ବାରମ୍ବାର ରାନ୍ଧିବା ହୋଇଥିବା ଖାଦ୍ୟ ବିଷାକ୍ତ ପଦାର୍ଥ ସହିତ ସମାନ । ଏହି ତେଲ ଯୋଗୁଁ ଟ୍ରାନ୍ସ ଫ୍ୟାଟ୍ ମଧ୍ୟ ବଢ଼ିଥାଏ । ଟ୍ରାନ୍ସ ଫ୍ୟାଟ୍ ସବୁଠୁ ଖରାପ କୋଲେଷ୍ଟ୍ରୋଲ ବୋଲି ବିବେଚନା କରାଯାଏ, ଯାହା ଯୋଗୁଁ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବହୁ ପରିମାଷର ବଢ଼ିଥାଏ ।

ଖାଲି ସେତିକି ନୁହେଁ ବାରମ୍ବାର ଗରମ ରନ୍ଧା ହୋଇଥିବା ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ଚର୍ବି ବଢ଼ିଥାଏ । ଯାହା ଧମନୀରେ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରାଏ ଏବଂ କୋଲେଷ୍ଟ୍ରୋଲ ବଢ଼ାଇଥାଏ । ବାରମ୍ବାର ଗୋଟିଏ ତେଲରେ ରାନ୍ଧିଲେ ଏଥିରେ ଥିବା ଉପାଦାନଗୁଡ଼ିକ ଖାଦ୍ୟରେ ରହି ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରାଏ ଯେଉଁ କାରଣରୁ ଏସିଡିଟି, ହୃଦ ରୋଗ, ଅଲଜାଇମର ରୋଗ ହେବାର ସମ୍ଭାବନା ଥାଏ  ।

ତେଣୁ ଗୋଟିଏ ସମୟରେ କେବଳ ଗୋଟିଏ ତେଲ ବ୍ୟବହାର କରନ୍ତୁ । ତେଲର ରଙ୍ଗ ବଦଳିଗଲେ ତାଙ୍କୁ ଫିଙ୍ଗି ଦିଅନ୍ତୁ । ଅଲିଭ ଅଏଲକୁ ଛଣାଛଣି ପାଇଁ ବ୍ୟବହାର କରନ୍ତୁ ନାହିଁ । ଶସ୍ତା ତେଲ ବ୍ୟବହାର କରନ୍ତୁ ନାହଁ ଯାହା ଶୀଘ୍ର ଗରମ ହୋଇଯାଏ ଏବଂ ଯାହାକୁ ଆଞ୍ଚରେ ରଖିବା ମାତ୍ରେ ସେଥିରୁ ଫେଣ ସୃଷ୍ଟି ହେବାକୁ ଲାଗେ । ଏହି ତେଲ ଶରୀର ପାଇଁ କ୍ଷତିକାରକ ଏହାକୁ ଖାଇବା ଠାରୁ ଦୂରରେ ରୁହନ୍ତୁ ।

 

Get real time updates directly on you device, subscribe now.