ଝିଅର ପାଠପଢା ଏବଂ ବିବାହ ଖର୍ଚ୍ଚ ପାଇଁ କରନ୍ତୁନି ଚିନ୍ତା, ସରକାରଙ୍କ ଏହି ସ୍କିମରେ ମିଳିବ ବଡ଼ ଫାଇଦା

ଝିଅର ପାଠପଢା ଏବଂ ବିବାହ ଖର୍ଚ୍ଚ ଆରମରେ ଉଠାଇପାରିବେ ପିତାମାତା, ଜାଣନ୍ତୁ

ନୂଆଦିଲ୍ଲୀ: ଝିଅର ପାଠପଢା ଏବଂ ବିବାହ ଖର୍ଚ୍ଚ ପାଇଁ ସଞ୍ଚୟ କରିବା ପ୍ରତ୍ୟେକ ମା-ବାପାଙ୍କର ପ୍ରଥମ କର୍ତ୍ତବ୍ୟ। ଭାରତ ସରକାର ସୁକନ୍ୟା ସମୃଦ୍ଧି ଯୋଜନା ଭଳି ଅନେକ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ୮.୨ ପ୍ରତିଶତ ଚକ୍ରବୃତ୍ତି ସୁଧ।

ଯଦି ଆପଣ ବର୍ତ୍ତମାନ ଯୋଜନାରେ ନିବେଶ କରିବା ଆରମ୍ଭ କରୁଛନ୍ତି, ତେବେ ଝିଅର ୨୧ ବର୍ଷ ହେବା ମାତ୍ରେ ଆପଣ ୭୦ ଲକ୍ଷ ପର୍ଯ୍ୟନ୍ତ ଏକ ଫଣ୍ଡ ପ୍ରସ୍ତୁତ କରିପାରିବେ।

ସୁକନ୍ୟା ସମୃଦ୍ଧି ଯୋଜନାର ମୁଖ୍ୟ କଥା:
-ଝିଅର ବୟସ ୧୦ ପୂର୍ବରୁ ଅଭିଭାବକ ଖାତା ଖୋଲିପାରିବେ।
-ଏଥିରେ ପରିବାରର ୨ଜଣ ଝିଅମାନଙ୍କ ପାଇଁ ଏସଏସୱାଇ ଖାତା ଖୋଲାଯାଇପାରିବ।
-ଏଥିରେ ଆପଣ ସର୍ବନିମ୍ନ ୨୫୦ ଟଙ୍କା ନିବେଶ କରିପାରିବେ।
-ସର୍ବାଧିକ ନିବେଶ-୧.୫ ଲକ୍ଷ
ନିବେଶ ଅବଧି-୧୫ ବର୍ଷ
ଲକ-ଇନ ପିରିୟଡ-ନିବେଶ ପରେ ୬ ବର୍ଷ ପର୍ଯ୍ୟନ୍ତ ପଣ୍ଡ ଲକ୍ ରହିଥାଏ। କିନ୍ତୁ ସୁଧ ମିଳୁଥାଏ।
-୧୮ ବର୍ଷ ବୟସରେ ଅଧା ଟଙ୍କା ବାହାର କରିପାରିବେ।
୭୦ ଲକ୍ଷର ଫଣ୍ଡ: ଯଦି ଆପଣ ବାର୍ଷିକ ୧ ବର୍ଷ ଝିଅର ଖାତାରେ ୧.୫ ଲକ୍ଷ ବାର୍ଷିିକ ନିବେଶ ଆରମ୍ଭ କରୁଛନ୍ତି, ତେବେ ୧୫ ବର୍ଷରେ ୨୨.୫ ଲକ୍ଷ ନିବେଶ କରି ଆପଣ ୨୦୪୬ ପର୍ଯ୍ୟନ୍ତ ହାରାହାରି ୬୯.୨୭ ଲକ୍ଷର ମାଚ୍ୟୁରିଟି ରାଶି ପାଇପାରିବେ। ଏହି ରାଶି ଶିକ୍ଷା ଏବଂ ବିବାହର ବଡ଼ ଖର୍ଚ୍ଚରେ ସାହାଯ୍ୟ କରିବ।