fbpx

ମାହାଙ୍ଗାରେ ଡବଲ ମର୍ଡର: ୧୨ ଜଣଙ୍କ ନାମରେ ମାମଲା ରୁଜୁ

ମାହାଙ୍ଗା, ୩ା୧ (ଓଡିଶା ଭାସ୍କର): ମାହାଙ୍ଗାରେ ଦୁଇ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି । ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟଙ୍କୁ କିଛି ଦୁର୍ବୃତ୍ତ ହତ୍ୟା କରିଛନ୍ତି । ଏନେଇ ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଏହି ଏତଲା ଦାୟର କରିଥିବା ଜଣାପଡ଼ିଛି ।

ତେବେ ଏହି ହତ୍ୟାକାଣ୍ଡ ରାଜନୈତିକ ଉଦ୍ଦେଶ୍ୟରେ ଘଟାଯାଇଥିବା ଅନୁମାନ କରାଯାଉଛି । ଗତକାଲି ରାତିରେ କୁଳମଣି ତାଙ୍କ ସହଯୋଗୀଙ୍କ ସହ ନିକଟସ୍ଥ ଏକ କେନାଲରେ ନିକଟରେ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ପାଖାପାଖି ଛଅ ଜଣ ଦୁର୍ବୃତ୍ତ ଦୁହିଁଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ଘଟଣାକୁ ଅନେକ ବରିଷ୍ଠ ନେତା ଦୃଢ଼ ନିନ୍ଦା କରିଛନ୍ତି । ତେବେ ଯଁକୋଟି ଗାଁର ୮ ଜଣ ଓ ନୃର୍ତ୍ତାଙ୍ଗ ଗାଁର ୪ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ପୋଲିସ ଜଣକୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ଏହି ଘଟଣାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବିଜେପି ନେତା ଭୃଗୃ ବକ୍ସିପାତ୍ର ମଧ୍ୟ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.