fbpx

କରୋନା ପ୍ରସଙ୍ଗରେ ଦେଶର ୩ ବରିଷ୍ଠ ଡାକ୍ତରଙ୍କ ପ୍ରେସମିଟ୍, ପଢ଼ନ୍ତୁ କଣ କହିଲେ

ନୂଆଦିଲ୍ଲୀ, ୨୧ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସ୍ଥିତି ନେଇ ଆଜି ୩ ଖ୍ୟାତାନାମା ଡାକ୍ତର ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ସେମାନେ ହେଲେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ନାରାୟଣ ହେଲଥ ଅଧ୍ୟକ୍ଷର ଡକ୍ଟର ଦେବୀ ସେଟ୍ଟୀ , ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ନରେଶ ତ୍ରେହାନ । ସେମାନେ ଅନେକ ସମୟ ପର୍ଯ୍ୟନ୍ତ କରୋନା ବିରୋଧୀ ଲଢ଼େଇରେ କିପରି ସଚେତନ ରହିବେ ସେ ସଂକ୍ରାନ୍ତରେ ମତ ବିଶ୍ଲେଷଣ କରିଛନ୍ତି । ଆଉ କହିଛନ୍ତି ଯେ, ଯଦି ଆପଣ ମାନେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି ତେବେ ଜମାରୁ ବି ବ୍ୟସ୍ତ ହୁଅନ୍ତୁ ନାହିଁ । ଆକ୍ରାନ୍ତ ଚିହ୍ନଟ ହେବା ପରେ ଅଯଥା ହସ୍ପିଟାଲ ଯାଇ ଭିଡ କରନ୍ତୁ ନାହିଁ । ସେହିପରି ଅକ୍ସିଜେନ୍ ଅଭାବକୁ ଲକ୍ଷ୍ୟ ରଖି କହିଲେ ଯେ, ଅନେକ ଲୋକେ ଘରେ ଅକ୍ସିଜେନ୍ ରଖି ବ୍ୟବହାର କରୁଛନ୍ତି । କିନ୍ତୁ ଏହା ଦ୍ୱାରା ଅକ୍ସିଜେନ୍ ର ଅପଚୟ ହେବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ । ତେଣୁ ୯୩/୯୪ ପର୍ଯ୍ୟନ୍ତ ଲେବଲ୍ ଥିଲେ ଅକ୍ସିଜେନ୍ ବ୍ୟବହାର କରନ୍ତୁ ନାହିଁ । ଆଉ ଯଦି ୯୨ ତଳକୁ ଲେବଲ୍ ଖସିଆସେ ତେବେ ଜମାରୁ ବି ବ୍ୟସ୍ତ ନ ହୋଇ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଏହି ପ୍ରସଙ୍ଗରେ ଡ. ଗୁଲେରିଆ କହିଥିଲେ ଯେ, ମନଇଛା ଗରକୁ ଅକ୍ସିଜେନ୍ ସିଲିଣ୍ଡର ଆଣନ୍ତୁ ନାହିଁ । ଟିକାକୁ ନେଇ ସତର୍କତା ପରଖନ୍ତୁ । କାରଣ ଟିକା ରୋଗ ଦୁର କରିବ କିନ୍ତୁ ସଂକ୍ରମଣ ଦୁରୂ କରିପାରିବ ନାର୍ହି । ତେଣୁ ଟିକା ନେବା ପରେ ବି ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଟିକା ନେବା ପରେ ମାସ୍କ ପରିଧାନ କରନ୍ତୁ । କାରଣ ମାସ୍କ ନ ପିନ୍ଧିବା ଦ୍ୱାରା ଆପଣଙ୍କ ସହ ଆପଣଙ୍କ ପରିବାର ମଧ୍ୟ ସଂକ୍ରମିତ ହେବେ । କୋଭିଡର ସମସ୍ତ ନିୟମ ପାଳନ କରନ୍ତୁ ବୋଲି ଗୁଲେରିଆ କହିଛନ୍ତି ।

ନାରାୟଣ ହେଲଥ ଅଧ୍ୟକ୍ଷର ଡକ୍ଟର ଦେବୀ ସେଟ୍ଟୀ ପରାମର୍ଶ ଦେଇ କହିଛନ୍ତି ଯେ, ନିୟମିତ ମାସ୍କ ପିନ୍ଧନ୍ତୁ । ସାମାନ୍ୟ ଲକ୍ଷଣ ଦେଖାଦେବା ଦେବା ମାତ୍ରକେ ଟେଷ୍ଟ କରାଇ ନିଅନ୍ତୁ । ନିଜକୁ ହୋମ୍ ଆଇସୋଲେସନ୍ ରେ ରଖନ୍ତୁ । ପ୍ରତି ୬ ଘଣ୍ଟାରେ ଅକ୍ସିମିଟରରେ ଅକ୍ସିଜେନ୍ ଯାଞ୍ଚ କରନ୍ତୁ । ଉଚିତ୍ ସମୟରେ ନିଜର ଚିକିତ୍ସା କଲେ ଯଥାଶୀଘ୍ର ଆରୋଗ୍ୟ ଲାଭ କରିପାରିବେ । ସେହିପରି ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ନରେଶ ତ୍ରେହାନଙ୍କ ପରାମର୍ଶ ଅନୁଯାୟୀ, ସଂକ୍ରମିତ ଚିହ୍ନଟ ପରେ ଯଦି ଘରେ ଜାଗା ନାହିଁ ତେବେ ଆଇସୋଲେସନ୍ ସେଣ୍ଟରକୁ ଯାଆନ୍ତୁ । ଏଥିସହିତ ହସ୍ପିଟାଲ ପାଖ ପେଡ୍ କ୍ୱାରେନଣ୍ଟାଇନ୍ ରେ ବି ରହିପାରିବେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଆନ୍ତୁ । ଏଥିସହ ଆମେ ଭାଗ୍ୟବାନ ଯେ ଆମେ ଭାରତରେ ରହୁଛେ । କାରଣ ଭାରତରେ ବ୍ୟାପକ ଔଷଧ ନିର୍ମାତା କମ୍ପାନୀ ରହିଛି । ତେଣୁ ଭାରତରେ ଆଦୌ ଔଷଧ ଜନିତ ଅଭାବ ଦେଖାଦେବନାହିଁ । ଯଦି ଅକ୍ସିଜେନ୍ ର ମାତ୍ରା କମୁଛି ତେବେ ଡାକ୍ତରଙ୍କ ପରାମର୍ଶରେ ଆଡମିଶନ୍ ହୁଅନ୍ତୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.