fbpx

ଭଦ୍ରକରୁ ‘ଅଗ୍ନି ପ୍ରାଇମ-୧’ର ସଫଳ ପରୀକ୍ଷଣ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଦ୍ରକ(ଓଡ଼ିଶା ଭାସ୍କର): ଭଦ୍ରକ ଧାମରା ଅବଦୁଲ କଲାମ ଦ୍ୱୀପରୁ ଆଜି ସକାଳ ୧୦ଟା ୫୫ ମିନିଟରେ ଅଗ୍ନି ଶୃଙ୍ଖଳାର ଏକ ନୂଆ ମିସାଇଲ ଅଗ୍ନି ପ୍ରାଇମ-୧ର ସଫଳ ପରୀକ୍ଷଣ ହୋଇଛି । ୪ ନମ୍ବର ଲଞ୍ଚ ପ୍ୟାଡ୍ରୁ ଅଗ୍ନି ପ୍ରାଇମ-୧ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ ହୋଇଛି । ଅଗ୍ନି ପ୍ରାଇମ-୧ର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର ରହିଛି । ହଜାରେ କେଜି ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ ଏହି ଅଗ୍ନି ପ୍ରାଇମ-୧ ମିସାଇଲ ।

ତେବେ ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହେତୁ ଭାରତ ପ୍ରତିରକ୍ଷା ଶକ୍ତିରେ ବୃଦ୍ଧି ହୋଇଛି । ବିଶ୍ୱର ଅନେକ ଦେଶ ଏହି ମିସାଇଲ କିଣିବାକୁ ଚାହୁଁଛନ୍ତି । ଅନ୍ୟପଟେ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ।

Get real time updates directly on you device, subscribe now.