fbpx

health tips: ଯଥେଷ୍ଟ ପରିମାଣର ପାଣି ପିଅନ୍ତୁ, ଓଜନକୁ କରନ୍ତୁ ସନ୍ତୁଳିତ, ଆପଣାନ୍ତୁ ଏହି ଟିପ୍ସ

ଓଡିଶା ଭାସ୍କର: ବର୍ତ୍ତମାନ ସମୟରେ ଓଜନ ବୃଦ୍ଧି ଏକ ସାଧାରଣ କଥାରେ ପରିଣତ ହୋଇସାରିଛି । ଅସ୍ତୁଳିତ ଜୀବନଶୈଳୀ ସାଙ୍ଗକୁ ଖାଦ୍ୟପେୟ ତଥା ନିୟମିତ ବ୍ୟାୟାମ ନ କରିବା ଏହାର ପ୍ରମୁଖ କାରଣ ହୋଇପାରେ । ଜଣେ ବ୍ୟକ୍ତି ଯଦି ଓଜନକୁ ନିୟନ୍ତ୍ରଣ ନ କରେ ପରୋକ୍ଷରେ ସେ ଅନ୍ୟ ରୋକୁ ‘ଆ’ କହି ଆମନ୍ତ୍ରଣ କରେ ବୋଲି ଧରାଯିବ । ତେବେ ଜଣେ ବ୍ୟକ୍ତି ତାହାର ଓଜନକୁ କେମିତି ସନ୍ତୁଳିତ କରି ରଖିପାରିବ ତାହାର ଏକ ସରଳ ଉପାୟ ରହିଛି ।

ଏକ ସଦ୍ୟତମ ଗବେଷଣାରୁ ଜଣା ପଡିଛି ଯେ, ଯଦି ଜଣେ ବ୍ୟକ୍ତି ନିୟମିତ ଆବଶ୍ୟକ ପରିମାଣର ପାଣି ପିଅନ୍ତି; ତେବେ ତାଙ୍କର ଓଜନ କେତେକାଂଶରେ ସନ୍ତୁଳିତ ହୋଇ ରହିପାରିବ । ‘ସନ୍ତୁଳିତ ଓଜନ ଓ ପାଣିର ଭୂମିକା’ ଶୀର୍ଷକବିଷୟରେ ସର୍ଭେ କରି ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଦଳ ଏହା ଉପରେ ଗବେଷଣା କରିଛନ୍ତି । ସେମାନଙ୍କ ଗବେଷଣା ହିଁ ଏହା କହୁଛି । ବିଶେଷଜ୍ଞ ଦଳ ସର୍ଭେରୁ ଉପନୀତ ହୋଇଛନ୍ତି ଯେ, ଜଣେ ବ୍ୟକ୍ତି ଯଦି ନିୟମିତ ସଠିକ ପରିମାଣର ଜଳ ପାନ କରେ; ତେବେ ଅନେକାଂଶରେ ସେ କିଛି ନ କରି ବି ଓଜନକୁ ନିୟନ୍ତ୍ରଣରେ ରଖିପାରେ । ଧୀରେ ଧୀରେ ବ୍ୟକ୍ତିର ଓଜନ ବୃଦ୍ଧି ହେବା ବଦଳରେ କମିବାରେ ଲାଗେ । ଏହାବାଦ ନିୟମିତ ପୁଷ୍ଟିକର ଖାଦ୍ୟଗ୍ରହଣ, ବ୍ୟାୟାମ ତଥା ଯଥେଷ୍ଟ ପରିମାଣର ପାଣି ପିଇବାକୁ ଏହି ବିଶେଷଜ୍ଞ ଦଳ ସମସ୍ତଙ୍କୁ ସଚେତନ କରାଇଛନ୍ତି ।

Get real time updates directly on you device, subscribe now.