ଅଶ୍ୱତ୍ଥ ପତ୍ରରେ ବହୁ ଉପକାରୀ ଗୁଣ ରହିଛି । ଏହା ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହି ପତ୍ରରେ ଅନେକ ପ୍ରକାରର ଭିଟାମିନ ଭରପୂର ହୋଇ ରହିଛି । ଭିଟାମିନ୍ ସି, ଭିଟାମିନ୍ କେ, ମ୍ୟାଗ୍ନେସିୟମ, ପଟାସିୟମ ଏବଂ କ୍ୟାଲସିୟମ ପରି ଆଣ୍ଟି ଅକ୍ସିଡାଣ୍ଟ ଭରପୂର ହୋଇ ରହିଛି ।
ଏଥିରେ ଥିବା ପୋଷକତତ୍ତ୍ୱ ଯୋଗୁ ଅନେକ ରୋଗକୁ ନିୟନ୍ତ୍ରଣ କରିଥାଏ । ଏହା ପାଚନ ସମସ୍ୟାରୁ ମୁକ୍ତି ଦେଇଥାଏ । ଏଥିରେ ଫାଇବର ରହିଛି, ଯାହା ପାଚନକି୍ରୟାକୁ ସହଜ କରାଇବାରେ ସହାୟକ ହୋଇଥାଏ ।
ଅଶ୍ୱତ୍ଥ ପତ୍ର ପିଇଲେ କୋଲେଷ୍ଟରଲ ନିୟନ୍ତ୍ରଣାଧୀନ ରହିଥାଏ । ଏହାର ପତ୍ରକୁ ବାଟି ଏହାର ରସ ପିଇବା ଜରୁରୀ । ଏହା ହାର୍ଟ ସମସ୍ୟା ମଧ୍ୟ ଦୂର କରିଥାଏ ।
ଘା’ରେ ଏହାର ପତ୍ରକୁ ବାଟି ଲେପନ କଲେ ଘା’ ଶୀଘ୍ର ଶୁଖିଯାଏ । ଏଥିରେ ଥିବା ଆଣ୍ଟିସେଫ୍ଟିକ ଗୁଣ ସଂକ୍ରମଣ ରୋକିବାରେ ସହାୟକ ହୁଏ । ଖାଲି ଏତିକି ନୁହେଁ, ବାରମ୍ବାର ପରିସ୍ରା ଆସୁଥିଲେ ଏହି ପତ୍ରର ରସ ପିଇଲେ ଏଥିରୁ ମୁକ୍ତି ମିଳେ ।