fbpx

ଚାକିରି ପୂର୍ବରୁ ଦେବାକୁ ପଡ଼ିବ ଡ୍ରାଇଭିଂ ଟେଷ୍ଟ, ତେଲେଙ୍ଗାନା ସରକାର କାହିଁକି ନେଲେ ଏଭିଳି ନିଷ୍ପତ୍ତି

Advertisement

ହାଇଦ୍ରାବାଦ: ତେଲେଙ୍ଗାନା ସରକାର ରାଜ୍ୟବାସୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ସମସ୍ତଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ରହିବା ଜରୁରି ଅଟେ । ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ ।

ତେଲେଙ୍ଗାନା ପରିବହନ ମନ୍ତ୍ରୀ ପୋନ୍ନମ ପ୍ରଭାକର ମିଡିଆକୁ କହିଛନ୍ତି ଯେ ରାଜ୍ୟର ଅନେକ ଭିଅଆଇପି ସଡ଼କ ଦୁର୍ଘଟଣାରେ ପ୍ରାଣ ହାରୁଛନ୍ତି । ଏହା କେବଳ ଅନଭିଜ୍ଞ ଡ୍ରାଇଭରଙ୍କ ଯୋଗୁଁ ହେଉଛି । ତେଣୁ ରାଜ୍ୟର ସମସ୍ତ ବିଧାୟକ, ମନ୍ତ୍ରୀ, ଆଇଏଏସ୍ ଏବଂ ଆଇପିଏସ୍ ଅଫିସରଙ୍କ ପାଇଁ ଡ୍ରାଇଭିଂ ଟେଷ୍ଟ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ସେମାନଙ୍କ ଡ୍ରାଇଭିଂ ଦକ୍ଷତା ବିଷୟରେ ଜଣାପଡ଼ିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଡ୍ରାଇଭର ରଖିବା ନିହାତି ଆବଶ୍ୟକ ହୁଏ ତେବେ ତାଲିମପ୍ରାପ୍ତ ଏବଂ କୁଶଳୀ ଡ୍ରାଇଭରଙ୍କ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିବା ଉଚିତ । କହିରଖୁଛୁ ଚଳିତ ବର୍ଷ ଫେବୃଆରୀ ୨୩ରେ ଭାରତ ରାଷ୍ଟ୍ର ସମିତିର ବିଧାୟିକା ଲସ୍ୟା ନନ୍ଦିତାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.