fbpx

ଆର୍ଯ୍ୟନ ଡ୍ରଗ୍ସ ମାମଲା: କ୍ରିପ୍ଟୋକରେନ୍ସି ଜରିଆରେ କ୍ରୁଜରେ କିଣାଯାଇଥିଲା ଡ୍ରଗ୍ସ, ଏହି ଦିଗରେ ଜୁନିଅର୍ ଖାନଙ୍କୁ କରାଯିବ ପ୍ରଶ୍ନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏହି ମାମଲାରେ ଆର୍ଯ୍ୟନ ଖାନଙ୍କୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଏନସିବି ରିମାଣ୍ଡକୁ ନେଇଛି । ତେବେ ଶାହରୁଖ ଖାନ ନିଜ ପୁଅର ଜାମିନ୍ ପାଇଁ ମୁମ୍ବାଇର ସବୁଠାରୁ ବରିଷ୍ଠ ଆଇନଜୀବୀ ସତୀଶ ମାନସିନ୍ଦେଙ୍କୁ ଲଢ଼ିବାକୁ ଦାୟିତ୍ୱ ଦେଇଥିବା ବେଳେ ତାଙ୍କର ସବୁ ଦଲିଲ୍ ବ୍ୟର୍ଥ ସାବ୍ୟସ୍ତ ହୋଇଛି । ଏନସିବି ଏହି ମାମଲାରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା କରିଛି । ଏନସିବି କହିଛି ଯେ, ଆର୍ଯ୍ୟନ୍ ଙ୍କ ହ୍ୱାଟସଆପ୍ ଚାଟ୍ ରେ ଏପରି କିଛି ମେସେଜ୍ ରହିଛି ଯାହା ସାବ୍ୟସ୍ତ କରୁଛି ଯେ, ଯେ ଡ୍ରଗ୍ସ କିଣାବିକାରେ ସାମିଳ ରହିଛନ୍ତି ।

ଖାଲି ସେତିକି ନୁହେଁ ଚାଟ୍ ସବୁରୁ ଏହା ବି ଜଣାପଡ଼ିଛି ଯେ, ଏହି ଡ୍ରଗ୍ସ ରାକେଟ୍ ଇଣ୍ଟରନ୍ୟାସନାଲ୍ ମାର୍କେଟ ପର୍ଯ୍ୟନ୍ତ ଲମ୍ବିଛି । ଯାଞ୍ଚ ଏଜେନ୍ସିକୁ ଏହା ବି ସନ୍ଦେହ ରହିଛି ଯେ, କ୍ରୁଜ୍ କୁ ଡ୍ରଗ୍ସ ଆସିଥିଲା ଓ ତାକୁ କ୍ରିପ୍ଟୋକରେନ୍ସି ଜରିଆରେ କିଣାଯାଇଥିଲା । ଆର୍ଯ୍ୟନ୍ ଖାନ୍ ଓ ଅନ୍ୟ ମାନଙ୍କୁ ମଧ୍ୟ ଏହି ଦିଗରେ ପଚରାଉଚରା କରାଯିବ । ଏନସିବିକୁ ମିଳିଥିବା ତଥ୍ୟ ମୁତାବକ, କ୍ରୁଜ୍ ରେ ଲୋକମାନେ ନିଶା କରିବା ସହିତ ହଙ୍ଗାମା ବି କରିଛନ୍ତି ଯାହାଦ୍ୱାରା ଜାହାଜର ଝରକାରେ କ୍ଷତି ପହଞ୍ଚିଛି ।

aryan

କୋର୍ଟରେ ସତୀଶ ମାନସିନ୍ଦେ ଦଲିଲ୍ ଦେଇଛନ୍ତି ଯେ, “ହ୍ୱାଟସଆପ୍ ଚାଟରୁ ପ୍ରମାଣିତ ହେଉନାହିଁ ଯେ, ଆର୍ଯ୍ୟନ୍ ଡ୍ରଗ୍ସ ନେଇଛନ୍ତି । ଯଦି କେହି ଚାଟ୍ ରେ ଡ୍ରଗ୍ସକୁ ନେଇ କଥା ବାର୍ତ୍ତା କରୁଛି ତେବେ ଏହାର ଅର୍ଥ ଏହା ନୁହେଁ ଆର୍ଯ୍ୟନ୍ ନିଶାଦ୍ରବ୍ୟର ତସ୍କରୀରେ ସାମିଲ ରହିଛି । ତାଙ୍କ ପାଖରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ । ଏମିତିକି ତାଙ୍କ ପାଖରେ କ୍ରୁଜ୍ ଟିକଟେ ବି ନାହିଁ । ଆର୍ଯ୍ୟନ୍ ଚାହିଁଥିଲେ ପୂରା କ୍ରୁଜ୍ କୁ କିଣିପାରିଥାନ୍ତେ । ଏହି ମାମଲା ଡ୍ରଗ୍ସ ବିକ୍ରି କରିବାକୁ ନେଇ ହେଉନାହିଁ” ।

Get real time updates directly on you device, subscribe now.