fbpx

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ରାଜଧାନୀରେ ହେଉଛି ଡ୍ରାଏରନ୍

ଭୁବନେଶ୍ୱର : ଆସନ୍ତା ୩ ତାରିଖରେ ୧୮ ରୁ ୪୪ ବର୍ଷ ମଧ୍ୟରେ ଥିବା ବ୍ୟକ୍ତିବିଶେଷ ଟିକା ଗ୍ରହଣ କରିବେ । ତେଣୁ ଆଜି ଏବଂ ଆସନ୍ତାକାଲି ସପ୍ତାହାନ୍ତ ସଟଡାଉନ୍ ଥିବା ବେଳେ ଏହି ଦୁଇ ଦିନ ଟିକାକରଣ କେନ୍ଦ୍ର ଗୁଡିକୁ ସାନିଟାଇଜ୍ କରାଯିବ । ତେବେ ଆଜି ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଡ୍ରାଏରନ୍ ହୋଇଛି । ଏହି ଡ୍ରାଏରନ୍ ରେ ୫୦ ଜଣଙ୍କୁ ଟିକା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ନୟାପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ରାଏରନ୍ ହୋଇଛି । ସୋମବାରରୁ କେବଳ ଭୁବନେଶ୍ୱରରେ ଟିକାକରଣ ହେବ ବୋଲି ସୁଚନା ରହିଛି । ଏନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୁଚନା ଦେଇଛନ୍ତି । ସୁଚନାଯୋଗ୍ୟ ଯେ, ଗତକାଲି ରାତି ୯ଟାରେ ଦେଢ଼ ଲକ୍ଷ ଟିକା ଆସି ପହଞ୍ଚିଛି । ଏହି ଟିକାକୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ଲୋକଙ୍କୁ ଦିଆଯିବ । ଏଥିସହିତ ଯେଉଁ ମାନେ କୋ-ୱିନ୍ ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିଥିବେ ସେମାନଙ୍କ ପାଇଁ ସ୍ଲଟ୍ ଆସନ୍ତା ମେ ୩ ତାରିଖରୁ ଖୋଲିବ ।

Get real time updates directly on you device, subscribe now.