ଦୋକାନୀର ଗୋଟିଏ ଭୁଲ ଯୋଗୁଁ କୋଟିପତି ହେଲା ଗ୍ରାହକ, ମିଳିଲା ୬ କୋଟି ଟଙ୍କା

କୁହାଯାଏ ଜଣେ ବ୍ୟକ୍ତିର ଭାଗ୍ୟ କେବେ ବଦଳିଯାଏ, ତାହା କେହି କହିପାରିବେ ନାହିଁ । ଆପଣ ତ ଅନେକ ଲୋକଙ୍କର କାହାଣୀ ଶୁଣିଥିବେ, ଯେଉଁମାନଙ୍କ ଭାଗ୍ୟ ରାତାରାତି ବଦଳିଥିବ । ଏହାରି ମଧ୍ୟରେ ଏକ ମଜାଦାର କାହାଣୀ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଦୋକାନୀର ଭୁଲ ଯୋଗୁଁ ଗ୍ରାହକଙ୍କ ଲଟେରୀ ଲାଗିଗଲା ଓ ମାତ୍ର କିଛି ଘଣ୍ଟାରେ ସେ କୋଟିପତି ହେଲେ । ଏହା ପରେ ଗ୍ରାହକ ଦୋକାନୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । ତେବେ ଦୋକାନୀଙ୍କ ଏକ ଛୋଟ ଭୁଲ ଯୋଗୁଁ ଜଣେ ବ୍ୟକ୍ତି ଲଟେରୀରେ ୬ କୋଟିରୁ ଅଧିକ ଟଙ୍କା ଜିତିଛନ୍ତି ।

ଆମେରିକାର ଲୋୱା ଅଞ୍ଚଳରେ ରହୁଥିବା ଜୋଶ ବଷ୍ଟର ନାମକ ଜଣେ ବ୍ୟକ୍ତି ରାତାରାତି କୋଟିପତି ହୋଇଛନ୍ତି । ସୂଚନା ଅନୁସାରେ, ଶୁକ୍ରବାର ରାତିର ମେଗା ମିଲିୟନ୍ ଡ୍ର ପାଇଁ ଟିକେଟ୍ ସଂଗ୍ରହ କରିବାକୁ ଜୋଶ ଏକ ଲଟେରୀ ଟର୍ମିନାଲରେ ପହଞ୍ଚିଥିଲେ । ଯେଉଁଠାରେ ସେ ୫ ନମ୍ବର ମାଗିଥିଲେ କିନ୍ତୁ ଦୋକାନୀ ଟିକେଟରେ କେବଳ ଗୋଟିଏ ନମ୍ବର ପ୍ରିଣ୍ଟ କରିଥିଲେ । ଏହା ପରେ ସେ ଦ୍ୱିତୀୟ ଟିକେଟରେ ବାକି ଚାରି ନମ୍ବର ପ୍ରିଣ୍ଟ କରି ଦେଇଥିଲେ । ଦୋକାନୀଙ୍କର ଏହି ଭୁଲ ଯୋଗୁଁ ସେ ଲଟେରୀ ପାଇଛନ୍ତି ବୋଲି ଜୋଶ କହିଛନ୍ତି ।

ଜୋଶ କହିଛନ୍ତି ଯେ- “ମୁଁ ସକାଳୁ କାମ କରିବାକୁ ଯିବା ପାଇଁ ଶୀଘ୍ର ଉଠିଲି ଓ ତା’ପରେ ଲଟେରୀ ଆପ୍ ଖୋଲି ବିଜେତା ନମ୍ବର ସର୍ଚ୍ଚ କଲି । ମୁଁ ସବୁବେଳେ ମୋର ଟିକେଟ୍ କାରର କନସୋଲରେ ରଖେ, ତେଣୁ ମୁଁ କାରରେ ହିଁ ଚେକ୍ କରିଥିଲି । ଏଥିରେ ମୋ ନାଁ ଦେଖି ମୁଁ ତୁରନ୍ତ ଘରକୁ ଦୌଡ଼ିଥିଲି । ପ୍ରଥମେ ମୁଁ ଏହାକୁ ବିଶ୍ୱାସ କରିପାରିଲି ନାହିଁ କାରଣ ସାଧାରଣତଃ ମୋର ଭାଗ୍ୟ ଏତେ ଭଲ ରୁହେନି ।’ ତେବେ ଜୋଶ ତାଙ୍କ ପୁରସ୍କାର ରାଶି ଲୋୱା ଲଟେରୀ ହେଡଅଫିସରୁ ସଂଗ୍ରହ କରିଛନ୍ତି । ଏଥିରେ ମୋର ଜୀବନର ଆର୍ଥିକ ସମସ୍ୟା ସମାପ୍ତ ହେବ ବୋଲି ଜୋଶ କହିଛନ୍ତି ।