fbpx

ଭର୍ଚୁଆଲ୍ ଶୁଣାଣି ବେଳେ କୋକାକୋଲା ପିଉଥିଲେ ଇନ୍ସପେକ୍ଟର୍, ଜଜ୍ ଶୁଣାଇଲେ ଏପରି ସଜ୍ଜା

ନୂଆଦିଲ୍ଲୀ: ଗୁଜୁରାଟ ହାଇକୋର୍ଟ ଜଣେ ପୋଲିସ୍ ଅଧିକାରୀଙ୍କୁ ଝଟକା ଦେଇଛନ୍ତି । ତାଙ୍କ ଭୁଲ ଏହା ଥିଲା ଯେ, ସେ ଶୁଣାଣି ଚାଲିଥିବା ବେଳେ କୋକାକୋଲା ପିଇବାକୁ ଲାଗିଥିଲେ । ଏହା ଉପରେ ଯେତେବେଳେ ଜଜ୍ ଙ୍କର ନଜର ପଡ଼ିଥିଲା ସେତେବେଳେ ଜଜ୍ ଉକ୍ତ ଇନ୍ସପେକ୍ଟର୍ ଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ ।

ସୂଚନା ଯେ, ଗୁଜରାଟ ହାଇକୋର୍ଟ ରେ ଭର୍ଚୁଆଲ ଶୁଣାଣି ଚାଲିଥିଲା । ସେହି ସମୟରେ ଜଜ୍ ଦେଖିବାକୁ ପାଇଥିଲେ ଯେ, ଇନ୍ସପେକ୍ଟର୍ ଏଏମ୍ ରାଠୋର୍ କୋକାକୋଲା ପିଉଥିଲେ । ଏହି ସମୟରେ ଚିଫ୍ ଜଷ୍ଟିସ୍ ଅରବିନ୍ଦ କୁମାର ଶୁଣାଣିକୁ କିଛି ସମୟ ପାଇଁ ଅଟକାଇ କହିଥିଲେ ଯେ, ଆମକୁ ଗ୍ଲାସ ଭିତରେ ଥିରା କଣ୍ଟେଣ୍ଟ୍ ସମ୍ପର୍କରେ ତ ଜଣାନାହିଁ କିନ୍ତୁ ଏହା କୋକାକୋଲା ଲାଗୁଛି ।

ଏହା ଶୁଣିବା ପରେ ଇନ୍ସପେକ୍ଟର୍ ତୁରନ୍ତ ଜଜ୍ ଙ୍କୁ କ୍ଷମା ମାଗିଥିଲେ । ହେଲେ ଚିଫ୍ ଜଷ୍ଟିସ୍ ତାଙ୍କୁ ଅନେକ କଡ଼ା କଥା କହି ଥିଲେ ଓ ତାଙ୍କର ଭୂଲ୍ ଧରାଇଥିଲେ । ତେବେ ଏହି ଭୁଲ୍ ପାଇଁ କୋର୍ଟ ଇନ୍ସପେକ୍ଟର୍ ଙ୍କୁ ସଜ୍ଜା ଶୁଣାଇଛି । ସଜ୍ଜା ଭାବରେ ବାର୍ ଆସୋସିଏସନ୍ କୁ ୧୦୦ଟି କୋକାକୋଲା କେନ୍ ଦେବାକୁ ଆଦେଶ ଦେଇଛନ୍ତି । ଜଜ୍ କହିଥିଲେ ଯେ, ସନ୍ଧ୍ୟା ସୁଦ୍ଧା ସବୁ କ୍ୟାନ୍ ପହଞ୍ଚିବା ଦରକାର ।

Get real time updates directly on you device, subscribe now.