fbpx

ଡ୍ୟୁଟି ବେଳେ ଟଳିପଡିଲେ ସିଆରପିଏଫ ଯବାନ, ମୃତ୍ୟୁର କାରଣ ଅସ୍ପଷ୍ଟ

ବଲାଙ୍ଗିର ସିଆରପିଏଫ ୧୮୯ ବାଟାଲିଅନ୍ ଯବାନଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଛି । ମୃତ ଯବାନ ଜଣକ ପଶ୍ଚିମ ତ୍ରୀପୁରାର ଶ୍ରୀଦମ ଦେବବର୍ମା ବୋଲି ଜଣାପଡିଛି । ଖପ୍ରାଖୋଲ ଠାରେ  କାର୍ୟ୍ୟରତ ଥିବା ଶ୍ରୀଦମ ଦାସବର୍ମା, ବଲାଙ୍ଗିର ଲର୍କିପାଲି ସିଆରପିଏଫ କ୍ୟାମ୍ପ ଠାରେ ଡ୍ୟୁଟି କରୁଥିଲେ ।

ରବିବାର ଦିନବେଳା ଡ୍ୟୁଟି ପରେ ମେସକୁ ଖାଇବାକୁ ଯାଇଥିଲେ, ଖାଇବା ସମୟରେ ହଠାତ ଟଳିପଡିଥିଲେ । ସାଥି ଯବାନମାନେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣିଥିଲେ ।  ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ହେଲେ ଯବାନଙ୍କର ମୃତ୍ୟୁର କାରଣ ଜଣାପଡିନାହିଁ ।

ବଲାଙ୍ଗିର ସହର ଭିତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖରା ସମୟରେ ଡ୍ୟୁଟି କରୁଥିବାରୁ ଅଂଶୁଘାତ ଯୋଗୁଁ ଯବାନଙ୍କ  ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି । ଯବାନଙ୍କ ମୃତ୍ୟୁ ସଂପର୍କରେ ଡାକ୍ତର କିମ୍ୱା ସିଆରପିଏଫ ତରଫରୁ କେହି ମୁହଁ ଖୋଲୁନାହାନ୍ତି। ଶବ ବ୍ୟବଚ୍ଛେଦ ପରେ ୧୮୯ ବେଟେଲିଆନର ଜବାନ ମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

Get real time updates directly on you device, subscribe now.