ସମୁଦ୍ରରେ ଥିବା ମୃତ ଜୀବଙ୍କ ଯୋଗୁଁ ଆସିବ ସବୁଠାରୁ ବଡ଼ ଭୂକମ୍ପ ! ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ବଡ଼ ଖୁଲାସା ହୋଇଛି କି ଲକ୍ଷ ଲକ୍ଷ ବର୍ଷ ପୁରୁଣା ଛୋଟ ଜୀବ, ହିକୁରଙ୍ଗି ସବଡୁକେସନ ଜୋନରେ ପରବର୍ତ୍ତୀ ଭୟଙ୍କର ଭୂକମ୍ପର କାରଣ ହୋଇପାରେ । ନ୍ୟୁଜଲ୍ୟାଣ୍ଡର ସବୁଠାରୁ ବଡ଼ ଫଲ୍ଟ ବଡୁକେସନ ଜୋନ ହେଉଛି ସେହି ସୀମା, ଯେଉଁଠାରେ ପେସିଫିକ୍ ପ୍ଲେଟ, ଅଷ୍ଟ୍ରେଲିଆଇ ପ୍ଲେଟର ତଳେ ଡ୍ରାଇଭ କରୁଛି । ଏହି ଜୋନରେ ୮ ମ୍ୟାଗ୍ନିଚ୍ୟୁଡରୁ ଅଧିକ ବିଶାଳ ‘ମେଗାଥ୍ରଷ୍ଟ’ ଭୂକମ୍ପ ଆସିପାରେ ।

ଭୂକମ୍ପ ବୈଜ୍ଞାନିକଙ୍କ ଏକ ଟିମ୍ ହିକୁରଙ୍ଗୀ ସମଡକ୍ସନ ତଟରେ ଥିବା ହଙ୍ଗରୋଇ ଫ୍ଲଟର ଏକ ଚଟାଣ ଉପରେ ଅଧ୍ୟୟନ କରୁଛି । ଏହି ଟିମକୁ ଲିଡ କରୁଥିବା ଡା. କରୋଲିନ୍ ବୋଲ୍ଟନଙ୍କ କହିବା ମୁତାବକ, ମାର୍ଟିନବରୋରୁ ପାଖାପାଖି ୩୫ କିମି ଦକ୍ଷିଣ-ପୂର୍ବରେ ଟୋରା ନିକଟସ୍ଥ ଚଟାଣରେ ଥିବା ଚୁନା ପଥର, ମଡଷ୍ଟୋନ ଓ ସିଲ୍ଟଷ୍ଟୋନର ପରସ୍ତ ରହିଛି ।

ଏପରି ଚଟାଣ ୩.୫ରୁ ୬.୫ କୋଟି ବର୍ଷ ପୂର୍ବେ ସମୁଦ୍ର ତଳେ ଥିଲା । କିନ୍ତୁ ତାହା ଏପରି ସ୍ଥାନରେ ଥିଲା, ଯେଉଁଠାରେ ରିସର୍ଚ୍ଚ କରିବା ଅସମ୍ଭବ ହୋଇପଡ଼ିଥିଲା । କିନ୍ତୁ ଏବେ ବୈଜ୍ଞାନିକମାନେ ଭୂମିରେ ଥିବା ପରସ୍ତକୁ ଦେଖି ସମୁଦ୍ର ଭିତରେ କ’ଣ ଅଛି, ତାହା ଦେଖି ଜାଣିପାରିବେ ।

ଡା. ବୋଲ୍ଟନଙ୍କ କହିବା ମୁତାବକ, ପଥରରେ କାଲସିଟ୍ ଅଛି, ଯାହା ପୁରୁଣା ଏକ କୋଷିକା ଥିବା ସମୁଦ୍ର ଜୀବ ଖାସକରି ଫୋରାମିନିଫେରା ଭଳି ପ୍ଲେକଟନରୁ ତିଆରି ହୋଇଥାଏ । ଏହି ଛୋଟ ଜୀବରେ ପ୍ରସ୍ତୁତ କାଲସିଟ ସବଡକ୍ସନ ଜୋନରେ ମୁଭମେଣ୍ଟଟକୁ ପ୍ରଭାବିତ କରିପାରେ । ଯଦି ପଥରରେ କାଲସିଟ୍ ବ୍ୟାପିଯାଏ, ତେବେ ଫଲ୍ଟ ଦୁର୍ବଳ ହୋଇପାରେ ଓ ଭୂକମ୍ପା ବିନା ଅତି ସହଜରେ ସ୍ଲାଇଡ ହୋଇପାରେ ।

ଯଦି କାଲସିଟ୍ ନତରଳେ, ତେବେ ଭାଲ୍ଟ ଶକ୍ତି ସଂରକ୍ଷଣ କରି ଏକ ବଡ଼ ଭୂକମ୍ପା ସୃଷ୍ଟି କରିପାରେ । ଯେତେବେଳେ ତାପମାତ୍ରା କମିଯାଏ, ସେବେ କାଲସିଟ୍ ଦ୍ରୁତ ଗତିରେ ତରଳିବାରେ ଲାଗିଥାଏ । କିନ୍ତୁ ତାପମାତ୍ରା ବଢ଼ିବା ସହ ଏହା ତରଳିବା କଷ୍ଟକର ହୋଇଯାଏ । ରିସର୍ଚ୍ଚ ମୁତାବକ, ବୈଜ୍ଞାନକଙ୍କ ଅନୁସାରେ ଆଗାମୀ ୫୦ ବର୍ଷରେ ହିକୁରଙ୍ଗୀ ସବଡୁକେସନ ଜୋନର ଦକ୍ଷିଣ ଭାଗରେ ଏକ ବଡ଼ ଭୂକମ୍ପ ହେବାର ୨୬% ସମ୍ଭାବନା ରହିଛି ।