ସକାଳ ୫ରୁ ଉଠିବା କି ବହି ପଢିବା ନୁହେଁ ସଫଳତାର ଚାବିକାଠି: ଅମନ

ନୂଆଦିଲ୍ଲୀ- ଲୋକ କୁହନ୍ତି ଟଙ୍କା କମାଇବା ସହଜ କଥା ନୁହେଁ । ଏଥିପାଇଁ ବହୁ ପରିଶ୍ରମ କରିବାକୁ ହୋଇଥାଏ । ଦିନ ରାତି କଠିନ ପରିଶ୍ରମ କରିବାକୁ ହୁଏ । ସକାଳ ୫ଟାରୁ ଉଠି କାମରେ ବାହାରି ଯିବାକୁ ହୁଏ । ହେଲେ ମାତ୍ର ୨୦ ବର୍ଷରେ କୋଟିପତି ହୋଇଥିବା ମୁମ୍ବାଇର ଅମନ ଗୋୟଲ ଏହି ସବୁ କଥାକୁ ଜମା ମାନନ୍ତି ନାହିଁ ।

ସେ ତାଙ୍କ ଏକ୍ସ ହ୍ୟାଣ୍ଡରେ ଲେଖିଛନ୍ତି, ସେ କେବେ ସକାଳ ୫ଟାରେ ଉଠି ନାହାନ୍ତି । କେବେ ଥଣ୍ଡା ପାଣିରେ ଗାଧେଇ ନାହାନ୍ତି । ବହି ପଢି ନାହାନ୍ତି କି କୌଣସି ଆଦର୍ଶକୁ ମାନି ନାହାନ୍ତି , ଯାହା ଧନୀ ହେବାର ଚାବିକାଠି ବୋଲି ଲୋକ କୁହନ୍ତି । ତଥାପି ମୁଁ ୨୦ ବର୍ଷରେ କୋଟିପତି ହୋଇଛି ।

ଅମନ ୨୦୧୭ରେ ଆଇଆଇଟି ମୁମ୍ବାଇରୁ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ଡିଗ୍ରୀ କରିଥିଲେ । ତା ପରେ କୋଗନୋ ଏଆଇର ସ୍ଥାପନା କଲେ । ଏହି ଷ୍ଟାର୍ଟଅପକୁ ଏକ୍ସୋଟଲ କିଣିନେଲା । ତା ପରେ ଅମନ ଗ୍ରେ ଲାବ୍ସ ଏଆଇ କଲେ, ଯାହା ଏକ ଏଆଇ ସଲ୍ୟୁସନ କମ୍ପାନୀ । ତେବେ ଧନୀ ହେବାର କୌଣସି ଆଦର୍ଶକୁ ସେ ଅନୁକରଣ କରିନାହାନ୍ତି । ହେଲେ ଧନୀ ଓ ସଫଳ ହେବାର ୩ ଫର୍ମୁଲା ସେ କହିଛନ୍ତି ।

ଅମନ କହିଛନ୍ତି କି, କାହାକୁ ନକଲ କରିବା ବଦଳରେ ୩ଟି ଜିନିଷ ଉପରେ ଫୋକସ କରିବା ଜରୁରୀ । ଏଥିରେ କୌଣସି ବି ବିଜନେସ ସଫଳ ହୋଇଯିବ । ଯେଉଁ ଜିନିଷ ଲୋକଙ୍କ ଆବଶ୍ୟକତା ରହିଛି ଓ ଯାହାର ମୂଲ୍ୟ ଅଛି, ସେହି ଜିନିଷ ତିଆରି କରି ଗ୍ରାହକଙ୍କୁ ବିକ୍ରିକର । ଏହି ପ୍ରକ୍ରିୟାକୁ ସେ ଯାଏଁ ଦୋହରାଇବା ଦରକାର, ଯେପର୍ଯ୍ୟନ୍ତ କୋଟିପତି ହୋଇନାହାନ୍ତି । ଏଥିରେ କାହାରିକୁ ଫରକ ପଡିବ ନାହିଁ, ଜଣେ ୧୨ଟାରେ ଶୋଇକି ଉଠିଲେ କି ବହି ପଢିଲେ କି ନାହିଁ ବୋଲି ।