fbpx

ଭୂକମ୍ପ ଝଟ୍‌କାରେ ଥରିଲା ଦେବଭୂମି, ରିକ୍ଟର ସ୍କେଲରେ ତୀବ୍ରତା ୪.୩

Advertisement

ଡେରାଡୁନ,(ଓଡ଼ିଶା ଭାସ୍କର):  ଦେବଭୂମି ଉତ୍ତରାଖଣ୍ଡରେ ରବିବାର ବିଳମ୍ବିତ ରାତିରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁଁ ଲୋକମାନେ ଘର ଭିତରୁ ବାହାରକୁ ବାହାରି ଆସିଥିଲେ । କରୋନାର ମୁକାବିଲା କରୁଥିବା ରାଜ୍ୟର ଉତ୍ତର କାଶୀ ଜିଲ୍ଲାରେ ଭୂକମ୍ପର ପ୍ରଖର ଝଟ୍‌କା ଜଣାଯାଇଥିଲା ।

ଏହା ବ୍ୟତୀତ ଉତ୍ତରାଖଣ୍ଡର ଅନେକ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରିକ୍ଟର ସ୍କେଲରେ ଏହାର ତିବ୍ରତା ଥିଲା ୪.୩ । ଭୂକମ୍ପର କେନ୍ଦ୍ର ଉତ୍ତରାଖଣ୍ଡର ଚମେଲି ଜିଲ୍ଲାର ଯୋଶୀମଠା ପାଖ ବୋଲି କୁହାଯାଉଛି । ଏହି ଭୂକମ୍ପରେ କୌଣସି ଜୀବନହାନୀର ସୂଚନା ମିଳିନାହିଁ ।

Get real time updates directly on you device, subscribe now.