ଥରିଲା ଆଣ୍ଡାମାନ ନିକୋବର: ସକାଳୁ ସକାଳୁ ଦ୍ୱୀପପୁଞ୍ଜରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବରରେ ଅନୁଭୂତ ହୋଇଛି ଭୁକମ୍ପର ଝଟକା । ବିଭିନ୍ନ ସ୍ଥାନରେ ଭୂକମ୍ପ ପ୍ରଭାବରେ ଥରି ଉଠିଛି ସାରା ଦ୍ୱୀପ । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ରେକର୍ଡ କରାଯାଇଥିବା ବେଳେ ଏହାଦ୍ୱାରା କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ । ନେସନାଲ ସେଣ୍ଟର ଫର ସେସ୍ମୋଲୋଜିର ସୂଚନା ମୂତାବକ, ଆଣ୍ଡାମାନ ଦିଗଲିପୁରରୁ ୩ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଏହି ଭୁକମ୍ପ କେନ୍ଦ୍ରୀଭୂତ ହୋଇଛି ।

ଗତ ମାସରେ ମଧ୍ୟ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଏକ ଭୂକମ୍ପର ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୪.୯ ରେକର୍ଡ କରାଯାଇଥିଲା । ତେବେ ଏହି ଭୂକମ୍ପରେ ମଧ୍ୟ କୌଣସି ଧନଜୀବନ କ୍ଷୟକ୍ଷତି ରେକର୍ଡ ହୋଇନଥିଲା ।

Get real time updates directly on you device, subscribe now.