ଶକ୍ତିଶାଳୀ ଭୂମିକମ୍ପରେ କମ୍ପିଲା ଜାପାନ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ଭୂମିକମ୍ପରେ ଥରିଲା ଜାପାନ, ଜାଣନ୍ତୁ କେତେ ରହିଛି ତୀବ୍ରତା

ନୂଆଦିଲ୍ଲୀ: ଜବରଦସ୍ତ ଭୂମିକମ୍ପରେ ଆଜି ଜାପାନ ଥରିଲା। ଜାପାନର ହୋକ୍କାଇଡୋ ତଟରେ ଶକ୍ତିଶାଳୀ ଭୂମିକମ୍ପ ଆସିଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ମପାଯାଇଛି।

ଜାପାନ ପାଣିପାଗ ବିଭାଗ ଭୂମିକମ୍ପ ଆସିବାର ପୃଷ୍ଟି କରିଛି ଏବଂ ଗୁରୁବାରରେ ଜାପାନର ହୋକ୍କାଇଡୋ ଅଞ୍ଚଳରେ ନେମୁରୋ ପ୍ରାୟଦ୍ୱୀପର ଦକ୍ଷିଣ-ପୁର୍ବ ତଟରେ ଭୂମିକମ୍ପ ଆସିଥିଲା।

ଭୂମିକମ୍ପର କେନ୍ଦ୍ର ୪୨.୮ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୧୪୬.୪ ଡିଗ୍ରୀ ପୂର୍ବ ଦ୍ରାଘିମାରେ ମିଳିଥିଲା। ଏପର୍ଯ୍ୟନ୍ତ ସୁନାମୀର କୌଣସି ଚେତାବନୀ ଜାରି କରାଯାଇନାହିଁ, ହେଲେ ଭୂମିକମ୍ପର ଶକ୍ତିଶାଳୀ ଝଟକା ଲାଗିବା ଯୋଗୁଁ ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି।