fbpx

ତାଇୱାନରେ ଭୂକମ୍ପର ଜୋରଦାର ଝଟକା, ନେପାଳରେ ମଧ୍ୟ କମ୍ପିଲା …

Advertisement

ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ତାଇୱାନର ରାଜଧାନୀ ତାଇପେଇରେ ୫.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଝଟକା ଲାଗିଥିବା ସୂଚନା ମିଳିଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଭୂକମ୍ପ ସମୟରେ ତାଇପେଇରେ ବିଲ୍ଡିଂ କମ୍ପିବାକୁ ଲାଗିଥିଲା । ତଥାପି କୌଣସି ମୃତାହତ କିମ୍ବା କୌଣସି ପ୍ରକାରର କ୍ଷୟକ୍ଷତିର ଖବର ନାହିଁ ।

ତାଇୱାନର କେନ୍ଦ୍ରୀୟ ପାଣିପାଗ ବ୍ୟୁରୋ କହିଛି ଯେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦ୍ୱୀପର ପୂର୍ବ ଉପକୂଳ ନିକଟ ସମୁଦ୍ରରେ ଥିଲା ।

ନେପାଳରେ ମଧ୍ୟ ଭୂକମ୍ପ ଘଟିଛି :-
ମଙ୍ଗଳବାର ସକାଳେ ନେପାଳରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ରାଜଧାନୀ କାଠମାଣ୍ଡୁରେ ଆଜି (୨୪ ଅକ୍ଟୋବର) ସକାଳ ୪:୧୭ ରେ ରିଚ୍ଟର ସ୍କେଲରେ ୪.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଝଟକା ଲାଗିଥିଲା ।

Get real time updates directly on you device, subscribe now.