fbpx

ଭୂମିକମ୍ପରେ ଦୋହଲିଲା ଦିଲ୍ଲୀ, କାଶ୍ମୀର ଏବଂ ଚଣ୍ଡିଗଡ଼ ମଧ୍ୟ ଥରିଲା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର, ହରିୟାଣା ଏବଂ ପଞ୍ଜାବରେ ଭୂମିକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ ଏବଂ ଏହାର ନିକଟବର୍ତ୍ତୀ ଏନସିଆର ଅଞ୍ଚଳରେ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଛି। ଚଣ୍ଡିଗଡ଼ ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଛି। ସୂଚନା ଅନୁଯାୟୀ ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନରେ ବୋଲି କୁହାଯାଉଛି। ଅଦ୍ୟାବଧି କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ। କମ୍ପନ ଅନୁଭବ ହେବା ମାତ୍ରେ ଲୋକମାନେ ନିଜ ଘର ଏବଂ କାର୍ଯ୍ୟାଳୟରୁ ବାହାରି ଆସିଛନ୍ତି। ଆଫଗାନିସ୍ତାନରେ ତୀବ୍ରତା ୬.୦ ମାପ କରାଯାଇଛି।

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ, ଭୂମିକମ୍ପ ସମୟରେ ଭୟଭୀତ ହୁଅନ୍ତୁ ନାହିଁ, ଶାନ୍ତ ରୁହନ୍ତୁ। ଟେବୁଲ ତଳକୁ ଯାଇ ଗୋଟିଏ ହାତରେ ମୁଣ୍ଡକୁ ଆଚ୍ଛାଦନ କରନ୍ତୁ। ବାହାରେ କୋଠା ଏବଂ ଗଛଠାରୁ ଦୂରରେ ରୁହନ୍ତୁ।ଏହା ବ୍ୟତୀତ ଲିଫ୍ଟ ବ୍ୟବହାର କରନ୍ତୁ ନାହିଁ। ଯଦି ଆପଣ ଗାଡି ଭିତରେ ଅଛନ୍ତି, ଏହାକୁ ବନ୍ଦ କରନ୍ତୁ ଏବଂ କମ୍ପନ ବନ୍ଦ ନହେବା ପର୍ଯ୍ୟନ୍ତ ଭିତରେ ରୁହନ୍ତୁ।

ସେହିପରି ୧୦ ତାରିଖ ଦିନ ସକାଳୁ ସକାଳୁ ଆଣ୍ଡାମାନ ଏବଂ ନିକୋବରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ରେ ମାପ କରାଯାଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ୨୦୧୪ ଜାନୁଆରୀ ୧୦ ତାରିଖ ସକାଳ ୭.୫୩ ରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ମାପ କରାଯାଇଥିଲା।

Get real time updates directly on you device, subscribe now.