fbpx

ଥରିଲା ନେପାଳ, ଗଡ଼ିଲା ମୁଣ୍ଡ :ଭୂକମ୍ପରେ ଗଲା ୬ ଜଣଙ୍କର ଜୀବନ

Advertisement

କାଠମାଣ୍ଡୁ :ବୁଧବାର ପୂର୍ବାହ୍ନରେ ନେପାଳର ଦୋଟି ଜିଲ୍ଲାରେ ୬.୩ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଷ୍ଠିତ ହେବା ଦ୍ୱାରା ଅତି କମରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ରାତି ପ୍ରାୟ ୨ ଟା ସମୟରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଭୂକମ୍ପର ଗଭୀରତା ଭୂମିଠାରୁ ୧୦ କିଲୋମିଟର ଗଭୀର ଥିଲା। ନେପାଳ ସୀମାବର୍ତ୍ତୀ ଉତ୍ତରାଖଣ୍ଡର ପିଥୋରାଗଡ ଠାରୁ ୯୦ କିଲୋମିଟର ଦୂରରେ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (NCS) ଅବସ୍ଥିତ। ଭୂକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ-ପୂର୍ବରେ ବୋଲି କୁହାଯାଉଛି। ବୁଧବାର ଦିନ ନେପାଳରେ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଭୂକମ୍ପ ଘଟିଛି। ନେପାଳ ଭୂକମ୍ପରେ ଆହତଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ମୃତକଙ୍କ ମଧ୍ୟରେ ଅତି କମରେ ଜଣେ ମହିଳା ଏବଂ ଦୁଇ ଶିଶୁ ଅଛନ୍ତି ବୋଲି ଅଧିକାରୀ କହିଛନ୍ତି।

ସୂଚନାମୁତାବକ ମଙ୍ଗଳବାର ସକାଳେ ଦେଶରେ ୪.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିବା ଏନସିଏସ୍ ସୂଚନା ଦେଇଛି। ଏନସିଏସ୍ ତଥ୍ୟ ଅନୁଯାୟୀ, ଶେଷ ଭୂକମ୍ପ କାଠମାଣ୍ଡୁ ଠାରୁ ୧୫୫ କିଲୋମିଟର ଦୂରରେ ଥିଲା। ଏହାପୂର୍ବରୁ ଅକ୍ଟୋବର ୧୯ ରେ କାଠମାଣ୍ଡୁରେ ୫.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ଦେଖିବାକୁ ଗଲେ ନେପାଳ ଏହି ଭଳି ଅନେକ ଭୂକମ୍ପ ସହି ଆସୁଛି । କେବଳ ଏତିକି ନୁହେଁ ଏଥିରେ ବହୁ ନିରୀହ ଜୀବନ ମାନ ମଧ୍ୟ ନଷ୍ଟ ହେଉଛି । ତେବେ ଏଥି ପ୍ରତି ସରକାର ଟିକିଏ ଠୋଷ ପଦକ୍ଷପ ନେବା ଆବଶ୍ୟକ । ଉଦ୍ଧାର ପାଇଁ ଆବଶ୍ୟକ ପ୍ରସ୍ତୁତି ନଥିଲେ ଭୂକମ୍ପ ପରି ବିପର୍ଯ୍ୟୟ ନଷ୍ଟ ହୋଇପାରେ।

 

Get real time updates directly on you device, subscribe now.