ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ବିଳମ୍ବିତ ରାତିରେ ଭୂମିକମ୍ପ ଝଟକା ଲାଗିଛି। ଏହି ଭୂମିକମ୍ପର ତୀର୍ବତା ରିକ୍ଟର ସ୍କେଲରେ ୩ ମପାଯାଇଛି। ଏହି ହାଲୁକା ଝଟକାରେ ଘରେ ଥିବା ଲୋକେ ଏହି ଭୂମିକମ୍ପକୁ ଅନୁଭବ କରି ଘର ବାହାରକୁ ବାହାରିଯାଇଥିଲେ। ତେବେ ଏହି ଭୂମିକମ୍ପରେ କୌଣସି କ୍ଷତିଗ୍ରସ୍ତ ହେବାର ଖବର ଆସିନାହିଁ।
ଉଲ୍ଲେଖନୀୟ, ୨୦୨୩ର ମେ’ ୪ ତାରିଖରେ ଏହି ରୁଦ୍ରପ୍ରୟାଗରେ ସକାଳ ୧୦ଟାରେ ଭୂମିକମ୍ପ ଝଟକା ଅନୁଭୂତ କରାଯାଇଥିଲା। ଲୋକେ ନିଜ ଘରୁ ଏବଂ ଦୋକାନରୁ ବାହାରକୁ ବାହାରି ରାସ୍ତାରେ ଛିଡ଼ା ହୋଇଯାଇଥିଲେ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ଥିଲା। ଚମୋଲୀ ଏବଂ ବଦ୍ରିନାଥ ଅଞ୍ଚଳରେ ପୂର୍ବରୁ ଅନେକ ଥର ଭୂମିକମ୍ପ ହୋଇସାରିଛି। ତେବେ ବର୍ତ୍ତମାନ ଦୀର୍ଘ ଦେଢ ବର୍ଷ ପରେ ରୁଦ୍ରପୟାଗରେ ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ସାମ୍ନାକୁ ଆସିଛି।