ଓଡ଼ିଶା ଭାସ୍କର: ରାଜ୍ୟକୁ ମାଡ଼ି ଆସୁଛି ବଡ଼ ବିପଦ । ପ୍ରଥମେ ହେବ ବଡ଼ ଭୂକମ୍ପ ଆଉ ତା’ ପରେ ମାଡ଼ିଆସିବ ବଡ଼ ସୁନାମୀ । ଏମିତି କିଛି ହେବା ନେଇ ଆକଳନ କରିଛନ୍ତି ଭୂତତ୍ତ୍ୱବିଦ୍ ।
ଚିନ୍ତାରେ ବୈଜ୍ଞାନିକ: ପୁରୀଠାରୁ ୨୮୬ କିଲୋମିଟର ଦୂର ଏବଂ ସମୁଦ୍ର ମଧ୍ୟରେ ୯୧ କି.ମି ଗଭୀରତାରେ ଭୂମିକମ୍ପ ହେବା ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପୂର୍ବରୁ କେବେ ସମୁଦ୍ରର ଏତେ ତଳେ ଫଲ୍ଟ ଲାଇନ୍ ଥିବା ନେଇ ସୂଚନା ନ ଥିବା କହିଛନ୍ତି ବୈଜ୍ଞାନିକ ।
କିନ୍ତୁ ଏ ଘଟଣା ପରେ ବୈଜ୍ଞାନିକଙ୍କ ତନାଘନା ଆରମ୍ଭ କରିଛି ନ୍ୟାଶନାଲ ସେଣ୍ଟର ଫର ସିସମୋଲୋଜି । ଏହି ସଂସ୍ଥା ବୈଜ୍ଞାନିକମାନଙ୍କୁ ନେଇ ଏକ ଟିମ୍ ଗଠନ କରିଛି, ଯାହା ସମୁଦ୍ର ତଳେ ହୋଇଥିବା ଭୂକମ୍ପର ଅନୁଧ୍ୟାନ କରିବ ।
ଅଧ୍ୟୟନ କରାଯିବ: ଏହି ଟିମରେ ଓଡ଼ିଶା ଓ ପଶ୍ଚିମବଙ୍ଗର ବୈଜ୍ଞାନିକମାନଙ୍କୁ ସାମିଲ କରାଯାଇଛି । ହାଇଦ୍ରାବାଦ୍ ସ୍ଥିତ ଇଣ୍ଡିଆନ୍ ନ୍ୟାଶନାଳ ସେଣ୍ଟର ଫର୍ ଓସେନ୍ ଇନଫରମେଶନ୍ ସର୍ଭିସେସର ବୈଜ୍ଞାନିକ କହିଛନ୍ତି, ଏଭଳି ଭୂକମ୍ପର ଅନୁଧ୍ୟାନ କରିବା ଆବଶ୍ୟକ ।
ବିପଦ ଆସୁଛି: ୧୦ ବର୍ଷ ପୂର୍ବେ ବଙ୍ଗୋପସାଗରରେ ଅନୁରୂପ ଘଟଣା ଘଟିଥିଲା । ସେଥିପାଇଁ ସମୁଦ୍ର ତଳେ ଫଲ୍ଟ ଲାଇନ୍ ଥିବା ନେଇ ଅନୁମାନ କରାଯାଉଛି । ଯଦି ଏଭଳି କିଛି ପୁରୀ ସମୁଦ୍ରରେ ଘଟିଥିବ, ତେବେ ଆଗାମୀ ଦିନରେ ସୁନାମୀର ରୂପ ନେବ । ଯାହା ବ୍ୟାପକ କ୍ଷୟକ୍ଷତି ମଧ୍ୟ କରିବାର ଆଶଙ୍କା ରହିଛି ।