ଭୂମିକମ୍ପରେ ଦୋହଲିଲା ଭୂଇଁ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା
ପୁଣି ଭୂମିକମ୍ପ ଝଟକା, ଜାଣନ୍ତୁ କେତେ ରହିଛି ତୀବ୍ରତା
ନୂଆଦିଲ୍ଲୀ: ଦେଶରେ ପୁଣିଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ବିଳମ୍ବିତ ରାତି ୨ଟା ୨୫ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ସମୟରେ ନୀଦରେ ଶୋଇଥିବା ଲୋକେ ଭୟଭୀତ ହୋଇ ହଠାତ ଉଠି ଘରୁ ପଦାକୁ ପଳାଇ ଆସିଥିଲେ। ଏହି ଭୂମିକମ୍ପର କେନ୍ଦ୍ର ଆସାମର ମୋରୀଗାଁରେ ଥିଲା।
ରିକ୍ଟର ସ୍କେଲରେ ମପାଯାଇଥିବା ଏହି ଭୂମିକମ୍ପର ତୀବ୍ରତା ୫.୦ । ଏଥିରେ ଆସାମ ରାଜ୍ୟର ଅନେକାଂଶରେ ଏହି ଭୂମିକମ୍ପକୁ ଅନୁଭବ କରାଯାଇଛି। ନେସନାଲ ସେଣ୍ଟର ଫର ସିସ୍ମୋଲଜୀ ଅନୁଯାୟୀ, ଭୂମିକମ୍ପ ୨ଟା ୨୬ମିନିଟରେ ୧୬ କିମି ଗଭୀରରେ ଆସିଥିଲା। ଭୂମିକମ୍ପର ଏହି ଝଟକାରେ କ୍ଷୟକ୍ଷତିର କୌଣସି ଖବର ଆସିନାହିଁ।